www.samajalive.in
Saturday, December 6, 2025
26.1 C
Bhubaneswar

ବୃଦ୍ଧ ପୂର୍ଣ୍ଣିମାରେ ଶୁଭ ମୂହୁର୍ତ୍ତ ଓ ରାହୁକାଳ ଯୋଗ ବିଷୟରେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ପଞ୍ଚାଙ୍ଗ ଅନୁସାରେ ଆଜି ହେଉଛି ମେ ୨୩ ୨୦୨୪ରେ ବୈଶାଖ ପୂର୍ଣ୍ଣିମା । ଏହାକୁ ବୃଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନରେ ବୃଦ୍ଧ ଧର୍ମର ସଂସ୍ଥାପକ ଗୌତମ ବୃଦ୍ଧ ଜନ୍ମଗ୍ରହଣ କରିଥିଲେ । ବୈଶାଖ ପୂର୍ଣ୍ଣିମାରେ ଘରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ । ସତ୍ୟନାରାୟଣ ପାଠ ଏବଂ ବିଷ୍ଣୁ ଶହସ୍ର ନାମ ପାଠ କରନ୍ତୁ । ଏହାପରେ ଗରିବଙ୍କୁ ଜଳ,ଖାଦ୍ୟ, ଛତା,ଜୋତା ସବୁ ଦାନ କରନ୍ତୁ । ଓସ୍ତ ଗଛ ମୂଳରେ ପାଣି ଢାଳନ୍ତୁ ଏହା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହେବେ ।
ଆଜିର ଦିନରେ ବୃଦ୍ଧ ଦେବଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷାକୁ ଅନୁସରଣ କରିବାକୁ ସ୍ଥିର କରନ୍ତୁ । ଏହା ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବ । ଦେବୀ ଲକ୍ଷ୍ମୀଙ୍କ ନିକଟରେ ଖିରି ଭୋଗ ଲଗାନ୍ତୁ । ବୃଦ୍ଧ ପୂର୍ଣ୍ଣିମାରେ ଶୁଭ ସମୟ ୨୨ ମେ ସନ୍ଧ୍ୟା ୬ଟା ୪୭ରୁ ଆରମ୍ଭ ହୋଇ ୨୩ ମେ ରାତି ୭ଟା ୨୨ପର୍ଯ୍ୟନ୍ତ ରହିଛି । ଦ୍ୱିପ୍ରହର ୨ଟା ୧ରୁ ୩ଟା ୪୪ମିନିଟ୍‍ ପର୍ଯ୍ୟନ୍ତ ରାହୁକାଳ ସମୟ ରହିଥିବାରୁ ସତର୍କ ରୁହନ୍ତୁ । ପୂର୍ଣ୍ଣିମା ଅବସରରେ ହଳଦିଆ ସୂତାରେ ୧୦୮ ଗଣ୍ଠି ବାନ୍ଧି ତୁଳସୀକୁ ଅର୍ପଣ କରନ୍ତୁ । ବିଶ୍ୱାସ ରହିଛି ଯେ ପୂର୍ଣ୍ଣିମା ଦିନ ଏଭଳି କରିଲେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories