www.samajalive.in
Saturday, December 6, 2025
23.1 C
Bhubaneswar

ସମ୍ବଲପୁରରେ ପୁଲିସର ଫ୍ଲାଗମାର୍ଚ୍ଚ

ସମ୍ବଲପୁର: ଆଗାମୀ ୨୫ ତାରିଖରେ ହାଇପ୍ରୋଫାଇଲ ଲୋକସଭା ଆସନ ସମ୍ବଲପୁର ପାଇଁ ଭୋଟର ମତଦାନ କରିବେ। ପକ୍ଷପାତ ମୁକ୍ତ ନିର୍ବାଚନ ପାଇଁ ପୁଲିସ ବିଭାଗ ସମେତ ବିଭିନ୍ନ ସୁରକ୍ଷା ଏଜେନ୍ସିମାନଙ୍କ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଗତ ୨୦୨୩ ଏପ୍ରିଲ ୧୨ ଓ ୧୪ ତାରିଖରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ସମୟରେ ସାମ୍ପ୍ରଦାୟିକ ହିଂସା ଘଟିଥିବାରୁ ପୁଲିସ ପ୍ରଶାସନ ବେଶ ସତର୍କ ରହିଛି। ଏଣୁ ନିୟମିତ ନିର୍ବାଚନ ଆୟୋଗର ନିର୍ଦ୍ଦେଶକ୍ରମେ ସମ୍ବଲପୁରରେ ଫ୍ଲାଗମାର୍ଚ କରାଯାଉଛି।

ଏହି କ୍ରମରେ ବୁଧବାର ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ନେତୃତ୍ୱରେ ସହରର ମୁଖ୍ୟ ସଡକଗୁଡିକରେ ପୁଲିସ ଫ୍ଲାଗମାର୍ଚ କରିଛି। ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କରିବାକୁ ଅପିଲ କରାଯାଇଛି। ସମ୍ବଲପୁର ସହରର ବିଭିନ୍ନ ପ୍ରମୁଖ ଛକଗୁଡିକରେ ପୁଲିସ ଫୋର୍ସ ମୁତୟନ ହେବା ସହିତ ସହରର ସୀମାଗୁଡିକରେ ଚେକିଂ କରାଯାଉଛି। ସୀମାଗୁଡିକ ସମେତ ସ୍ପର୍ଶକାତର ଅଞ୍ଚଳଗୁଡିକରେ ସିସିଟିଭି ଜରିଆରେ ମଧ୍ୟ ନଜର ରଖାଯାଇଛି। ଜିଲାର ସମ୍ବେଦନଶୀଳ ବୁଥଗୁଡିକ ଚିହ୍ନଟ କରାଯାଇ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାତିରେ ଭୋଟରମାନଙ୍କୁ ପ୍ରଲୋଭନ ଦେଖାଇ ବେଆଇନ ଭାବରେ ଟଙ୍କା କାରବାରକୁ ରୋକିବାକୁ ମଧ୍ୟ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି ବୋଲି ପୁଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories