www.samajalive.in
Friday, December 5, 2025
20.1 C
Bhubaneswar

ମା ପାଇଁ ଗଛଟିଏ: ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଦ୍ୱାରା ଚାରା ରୋପଣ

ବିଶୋଇ: ବିଶୋଇ ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସେଠୀଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଚାରା ରୋପଣ କରି ବୃକ୍ଷକୁ ପୂଜା କରିଥିଲେ । ବୃକ୍ଷକୁ ବନ୍ଧୁତାର ଡୋରି ରେ ବାନ୍ଧି ରଖିବାର ପ୍ରୟାସ ନିମନ୍ତେ ଉପସ୍ଥିତ ଜନ ସାଧାରଣ ବୁଦ୍ଧିଜୀବୀ ଙ୍କୁ ଆହ୍ୱାନ ଦେଇଥିଲେ ମନ୍ତ୍ରୀ ।

ମୟୁରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ଭାଦବ ହାଁସଦା, ଜିଲାପାଳ ହେମକାନ୍ତ ସାଏ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲିଙ୍କ ଦ୍ୱାରା ଚାରାରୋପଣ କରାଯାଇଥିଲା । ବୃକ୍ଷର ଯତ୍ନ କିପରି ନେବା ତାହାର ପରାମର୍ଶ ଦେବା ସହ ପରିବେଶର ସୁରକ୍ଷା ନିମନ୍ତେ ସମସ୍ତେ ମିଳିମିଶି ବୃକ୍ଷ ଲଗାଇ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଦିଗରେ ପ୍ରଚେଷ୍ଟା ରଖିବାକୁ ନିବେଦନ କରିଥିଲେ। ମଣଦା ରେଞ୍ଜ ସମସ୍ତ କର୍ମଚାରୀ ଓ ବିଦ୍ୟାଳୟ ପକ୍ଷରୁ ଶିକ୍ଷକମାନେ ସହଯୋଗ କରିଥିବା ବେଳେ ଜିଲ୍ଲା ବିଜେପି ସଭାପତି ଜୁରିଲାଲ ମହାନ୍ତ,ବିଜେପି ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ସଞ୍ଜବ ମହାନ୍ତି, ଆନନ୍ଦ କୁମାର ରାମ, ବନମାଳୀ ଗିରି, କରୁଣା ସାଗର ମାର୍ଣ୍ଡି, ରଞ୍ଜନ କବାଟ, ବିଶ୍ୱରଂଜନ ଧୀର, ବିବେକାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories