www.samajalive.in
Saturday, December 6, 2025
17.1 C
Bhubaneswar

ଜନ୍ମଦିନ ବିଶେଷ : ଏହି କାରଣରୁ ରେହମାନ କରିଥିଲେ ନିଜ ଧର୍ମ ପରିବର୍ତ୍ତନ

ମୁମ୍ବଇ : ପ୍ରସିଦ୍ଧ ସଙ୍ଗୀତକାର ଏ.ଆର. ରେହମାନ୍‍ ରବିବାର ୫୨ ବର୍ଷରେ ପାଦ ଥାପିଛନ୍ତି। ୧୯୬୭ ମସିହା ଜାନୁଆରୀ ୬ ତାରିଖରେ ଦକ୍ଷିଣ ଭାରତରେ ମାଡ୍ରାସ(ଚେନ୍ନାଇ)ର ଏକ ହିନ୍ଦୁ ପରିବାରରେ ସେ ଜନ୍ମ ହୋଇଥିଲେ। ତେବେ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ରେହମାନଙ୍କ ଜୀବନର କିଛି ଅଜଣା କଥା –

ରେହମାନଙ୍କ ମୂଳନାମ ଥିଲା ଦିଲ୍ଲୀପ କୁମାର। ତାଙ୍କୁ ୨୩ ବର୍ଷ ବୟସ ହୋଇଥିବା ବେଳେ ଯେତେବେଳେ ତାଙ୍କ ଭଉଣୀଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଥିଲା, ସେହି ସମୟରେ ଜଣେ ସୁଫି ସନ୍ଥଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ପରିବାର ସହ ଦିଲ୍ଲୀପ ନିଜ ଧର୍ମ ପରିବର୍ତ୍ତନ କରି ଇସଲାମ୍‍ ଧର୍ମ ଗ୍ରହଣ କରିଥିଲେ। ଏହାପର ଠାରୁ ତାଙ୍କ ନାମ ‘ଏ.ଏସ. ଦିଲ୍ଲୀପ କୁମାର’ ରୁ ‘ଏ.ଆର. ରେହମାନ’ ଅର୍ଥାତ୍‍ ଆଲ୍ଲା ରଖା ରେହମାନ ହୋଇଥିଲା।

- Advertisement -
image courtesy-b3.zcubes.com

ରହେମାନ ହେଉଛନ୍ତି ପ୍ରଥମ ଏସୀୟ, ଯାହାଙ୍କୁ ଗୋଟିଏ ବର୍ଷରେ ଦୁଇଟି ଓସ୍କାର ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା। ଏଥିସହିତ ବିଶ୍ୱ ପ୍ରସିଦ୍ଧ ‘ଏକାଡେମୀ ଆୱାର୍ଡ଼’, ‘ବାଫ୍ଟା ଆୱାର୍ଡ଼’ ଓ ‘ଗ୍ରାମୀ ଆୱାର୍ଡ଼’ ସେ ହାସଲ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ରେହମାନଙ୍କୁ ‘ପଦ୍ମଶ୍ରୀ’ ଓ ‘ପଦ୍ମ ଭୂଷଣ’ରେ ମଧ୍ୟ ସମ୍ମାନିତ କରାଯାଇଛି। ସେହିପରି ପ୍ରାୟ ୧୩୦ରୁ ଅଧିକ ଆୱାର୍ଡ଼ ସେ ନିଜ ନାଁ’ରେ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories