www.samajalive.in
Saturday, December 6, 2025
15.1 C
Bhubaneswar

ପାକିସ୍ତାନୀ ବାୟୁସେନାର ଏଫ୍-୧୬ ବିମାନ ଦୁର୍ଘଟଣାଗ୍ରସ୍ତ, ୱିଙ୍ଗ କମାଣ୍ଡର ମୃତ

ନୂଆଦିଲ୍ଲୀ : ପାକିସ୍ତାନର ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦିବସ ପରେଡ ପାଇଁ ଅଭ୍ୟାସ କରୁଥିବା ବେଳେ ପାକିସ୍ତାନ ବାୟୁସେନା ର ଏଫ୍-୧୬ ବିମାନ ବୁଧବାର ଇସଲାମାବାଦର ଶାକରପେରିଆନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନର ପାଇଲଟ ୱିଙ୍ଗ କମାଣ୍ଡର ନୌମାନ ଆକ୍ରାମଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ ବାୟୁସେନା ଦ୍ୱାରା ଏହି ଦୁର୍ଘଟଣା ବିଷୟରେ ସ୍ପଷ୍ଟ କରିଛନ୍ତି।

ବିମାନଟି ଖସିଯିବା ପରେ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ଧୂଆଁ ବାହାରିଥିଲା। ବିମାନଟି ପଡିଥିବା ସ୍ଥାନଠାରୁ କିଛି ଦୂରରେ ପାକିସ୍ତାନୀ କ୍ରୀଡ଼ା ବୋର୍ଡର କର୍ମଚାରୀମାନଙ୍କ ଏକ କଲୋନୀ ରହିଛି। ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ପାକିସ୍ତାନ ବାୟୁସେନା ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ବାୟୁସେନା ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories