www.samajalive.in
Saturday, December 6, 2025
19.1 C
Bhubaneswar

ବିଜେପିରେ ଯୋଗ ଦେଲେ ଜ୍ୟୋତିରାଦିତ୍ୟ ସିନ୍ଦିଆ

ନୂଆଦିଲ୍ଲୀ : ବିଜେପିରେ ଯୋଗଦେଇଛନ୍ତି ମଧ୍ୟପ୍ରଦେଶ ରାଜନୀତିର ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଦିଆ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୂଖ୍ୟ କାର୍ଯ୍ୟାଳୟ ପରିସରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି ସିନ୍ଦିଆ। ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ଯୋଗଦାନ ପାଇଁ ବିଜେପି ପକ୍ଷରୁ ରାଷ୍ଟ୍ରୀୟ କାର୍ଯ୍ୟାଳୟ ପରିସରରେ ବ୍ୟାପକ ଆୟାଜନ କରାଯାଇଛି। ସିନ୍ଦିଆଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି।

ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ବିଜେପିକୁ ସ୍ବାଗତ କରିଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଏହି ଅବସରରେ ନଡ୍ଡା କହିଛନ୍ତି ‘ଜ୍ୟୋତିରାଦିତ୍ୟ ସିନ୍ଦିଆ ବିଜେପିରେ ଯୋଗଦେବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ଏବଂ ଆଜି ମୁଁ ଆମର ବରିଷ୍ଠ ନେତା ରାଜମାତା ସ୍ବର୍ଗତ ସିନ୍ଦିଆଙ୍କୁ ମନେ ପକାଉଛି। ଦଳର ପ୍ରତିଷ୍ଠା ତଥା ପ୍ରତିଷ୍ଠା ଠାରୁ ଆରମ୍ଭ କରି ଭାରତୀୟ ଜନ ସଂଗଠନ ଏବଂ ବିଜେପିର ଆଦର୍ଶରେ ପ୍ରମୁଖ ଯୋଗଦାନ ଦେଇଥିଲେ ରାଜମାତା ସ୍ବର୍ଗତ ସିନ୍ଦିଆ। ଜ୍ୟୋତିରାଦିତ୍ୟ ସିନ୍ଦିଆ ଆଜି ଆମ ପରିବାରରେ ଯୋଗଦେଇଛନ୍ତି, ମୁଁ ନିଜ ପକ୍ଷରୁ ଏବଂ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରୁଛି।’

- Advertisement -

ଜ୍ୟୋତିରାଦିତ୍ୟ ସିନ୍ଦିଆ ମଧ୍ୟ ବିଜେପିରେ ଯୋଗଦାନକୁ ତାଙ୍କର ସଠିକ ନିର୍ଣ୍ଣୟ ବୋଲି କହିଛନ୍ତି। ସେ କହିଛନ୍ତି ‘ କଂଗ୍ରେସ ତାର ଅସ୍ତିତ୍ବ ହରାଇଛି,କଂଗ୍ରେସ ଯେଉଁ ଚିସ୍ତାଧାରାରେ ଚାଲିବା କଥା ତାହା ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି। ବର୍ତ୍ତମାନ ଭାରତର ବିକାଶ କେବଳ ବିଜେପି ଏବଂ ନରେନ୍ଦ୍ର ମୋଦୀଙ୍କ ସହ ହୋଇପାରିବ। ଏଣୁ ମୁଁ ବିଜେପିରେ ଯୋଗଦାନ କରିଛି।’ ଏହି ଅବସରରେ ସିନ୍ଦିଆ କହିଥିଲେ ମୋ ଜୀବନରେ ଦୁଇ ଦିନ ଗୁରୁତ୍ବପୂର୍ଣ୍ଣ ହୋଇ ରହିବ। ପ୍ରଥମ ଦିନ ୩୦ ସେପ୍ଟେମ୍ବର ୨୦୦୧ ଯେତେବେଳେ ମୋର ସମ୍ମାନିତ ପିତାଙ୍କୁ ହରାଇଥିଲି ଏବଂ ଦ୍ବିତୀୟ ତାରିଖ ମାର୍ଚ୍ଚ ୧୦ ୨୦୨୦ ଯେତେବେଳେ ମୁଁ କଂଗ୍ରେସ ଛାଡିବାର ନିର୍ଣ୍ଣୟ ନେଲି। ରାଜନୀତିର ମୁଖ୍ୟ ଲକ୍ଷ୍ୟ ଜନସେବା କିନ୍ତୁ କଂଗ୍ରେସରେ ରହି ଜନସେବା କରିବା ସମ୍ଭବ ନୁହେଁ। କଂଗ୍ରେସ ଆଉ ପ୍ରଥମ କଂଗ୍ରେସ ହୋଇ ନାହିଁ। କଂଗ୍ରେସ ବାସ୍ତବତାଠାରୁ ବହୁ ଦୂରକୁ ଚାଲି ଯାଇଛି।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories