www.samajalive.in
Monday, December 8, 2025
27.1 C
Bhubaneswar

ପତ୍ନୀଙ୍କ ଏହି କାର୍ଯ୍ୟ ପତିଙ୍କୁ କରିଥାଏ ଭାଗ୍ୟବାନ

ହିନ୍ଦୁ ଶାସ୍ତ୍ରରେ ପତ୍ନୀଙ୍କୁ ପତିଙ୍କ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ପତ୍ନୀଙ୍କ ଭାଗ୍ୟ ସହ ପତିଙ୍କ ଭାଗ୍ୟ ଜଡ଼ିତ। ବିବାହ ପରେ ବ୍ୟକ୍ତିଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଥାଏ ବୋଲି ମଧ୍ୟ କୁହାଯାଏ। ପତ୍ନୀଙ୍କ ବହୁ କାର୍ଯ୍ୟ ପତିଙ୍କ ଭାଗ୍ୟରେ ସୁପରିବର୍ତ୍ତନ ଆଣିଥାଏ ବୋଲି ମଧ୍ୟ ମାନ୍ୟତା ରହିଛି। ବହୁ ସମୟରେ ଏପରି ଦେଖାଯାଏ, ବ୍ୟକ୍ତିଙ୍କୁ ତାଙ୍କ ଭାଗ୍ୟ ସଠିକ ଭାବେ ଶୁଭଫଳ ପ୍ରଦାନ କରିପାରି ନଥାଏ। ଏପରି ସମସ୍ୟା ଲାଗି ରହିଥିଲେ, ଶାସ୍ତ୍ରରେ କିଛି ଉପାୟ ବର୍ଣ୍ଣନା କରାଯାଇଛି। ଯାହାକୁ ପତ୍ନୀ ନିଜ ପତିଙ୍କ ପାଇଁ ଆପଣାଇବା ଦ୍ୱାରା ଭାଗ୍ୟରେ ଉତ୍ତମ ପରିବର୍ତ୍ତନ ଆସିଥାଏ। ପରିବାରରେ ହସଖୁସି ଓ ସୁଖଶାନ୍ତିର ବାତାବରଣ ମଧ୍ୟ ଭରି ଯାଇଥାଏ। ଜାଣନ୍ତୁ …….
– ଶାସ୍ତ୍ରରେ ମହିଳାଙ୍କୁ ଗୃହର ଲକ୍ଷ୍ମୀ ବୋଲି କୁହାଯାଇଛି। ଯେଉଁ ମହିଳାମାନେ ପ୍ରତିଦିନ ପୂଜାପାଠ କରନ୍ତି, ଏହାର ଶୁଭଫଳ ତାଙ୍କ ସ୍ୱାମୀଙ୍କୁ ପ୍ରାପ୍ତି ହୋଇଥାଏ। କାର୍ଯ୍ୟରେ ଥିବା ବାଧା ମଧ୍ୟ ଦୂର ହୋଇଥାଏ।
– ସକାଳେ ମହିଳା ପ୍ରଥମେ ସ୍ନାନ କରିବା ଉଚିତ। ସ୍ନାନ ପରେ ମା’ବୃନ୍ଦାବତୀଙ୍କୁ ଏକ ଲୋଟା ଜଳ ଅର୍ପଣ କରିବା ସହ ସମସ୍ତ କଷ୍ଟ ଦୂର କରିବା ପାଇଁ ପ୍ରାର୍ଥନା କରିବା ଉଚିତ।
– ତମ୍ବାର ଲୋଟାରେ ଜଳ ଭର୍ତ୍ତି କରି ଏହାକୁ ଘରର ସମସ୍ତ କକ୍ଷରେ ସିଞ୍ଚନ କରିବା ଉଚିତ। ଏପରି କରିବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ରହିଥାଏ। ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।
– ଏପରି ପ୍ରତିଦିନ କରିବା ଦ୍ୱାରା ଗୃହରେ ସୁଖଶାନ୍ତିର ଓ ସମୃଦ୍ଧି ବୃଦ୍ଧି ପାଇଥାଏ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories