www.samajalive.in
Monday, December 15, 2025
26.1 C
Bhubaneswar

କରୋନା ଆତଙ୍କରୁ ବର୍ତ୍ତି ପାରିନାହାନ୍ତି ସ୍ବୟଂ ଶିବ ଶଙ୍କର, ଧାରଣ କରିଛନ୍ତି ମାସ୍କ…. ଦେଖନ୍ତୁ ଫଟୋ

ବାରାଣସୀ: ମହାମାରୀ ରୂପ ଧାରଣ କରିଥିବା କରୋନା ଭାଇରସ୍ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଛି। ଏଥିରୁ ବର୍ତ୍ତିବା ପାଇଁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏଭଳି ଏକ ବିପଦସଙ୍କୁଳ ପରିସ୍ଥିତିରେ କରୋନାରୁ ଆତଙ୍କରୁ ବର୍ତ୍ତି ପାରିନାହାନ୍ତି ସ୍ବୟଂ ଭଗବାନ। ସାଧାରଣ ଲୋକଙ୍କ ଭଳି ଶିବ ଶଙ୍କର ମଧ୍ୟ ମାସ୍କ ବ୍ୟବହାର କରିଛନ୍ତି। ଏଭଳି ଏକ ରୋଚକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଶିବଲିଙ୍ଗରେ ମାସ୍କ ପିନ୍ଧା ଯାଇଛି।

ପ୍ରକୃତରେ ବାରାଣାସୀର ଏକ ମନ୍ଦିରରେ ପୁରୋହିତ ଶିବଲିଙ୍ଗ ଉପରେ ଏକ ମାସ୍କ ରଖିଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ, କରୋନା ଭାଇରସ୍ ସାରା ଦେଶରେ ବ୍ୟାପିବାରେ ଲାଗିଛି। ଯେଉଁଭଳି ଦେବୀ-ଦେବତାଙ୍କୁ ବସ୍ତ୍ର ପରିଧାନ କରାଯାଏ, ଶୀତ ଋତୁରେ ଶୀତ ବସ୍ତ୍ର ଏବଂ ଗ୍ରୀଷ୍ମ ଋତୁରେ ଫ୍ୟାନ୍ ବା ଏସି ମନ୍ଦିରରେ ବ୍ୟବହାର କରାଯାଏ, ଠିକ୍ ସେହିପରି କରୋନା ସଂକ୍ରମଣକୁ ଏଡାଇବା ପାଇଁ ଭଗବାନଙ୍କୁ ମାସ୍କ ପିନ୍ଧାଯାଇଛି। ଏହା ସହ ମୂର୍ତ୍ତିଗୁଡ଼ିକୁ ଛୁଇଁବାକୁ ଲୋକମାନଙ୍କୁ ବାରଣ କରାଯାଇଛି । ଯାହାଦ୍ୱାରା କରୋନାଭାଇରସ୍ ବ୍ୟାପିବାରେ ରୋକା ଯାଇପାରିବ ବୋଲି ପୁରୋହିତ କହିଛନ୍ତି।

- Advertisement -


ସେ କହିଛନ୍ତି ଯେ, ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ କୌଣସି ଇଶ୍ବରଙ୍କ ପ୍ରତିମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ। କାରଣ ଏହା ଦ୍ବାରା କରୋନା ବ୍ୟାପିବାର ଆଶଙ୍କା କରାଯାଉଛି। ଯଦି ଲୋକମାନେ ଏହି ପ୍ରତିମୂର୍ତ୍ତିକୁ ସ୍ପର୍ଶ କରନ୍ତି, ତେବେ କରୋନା ଭୂତାଣୁ ଅଧିକ ଲୋକଙ୍କୁ ସଂକ୍ରମିତ ହେବ।ଏହି ମନ୍ଦିରରେ ପୁରୋହିତ ଓ ଭକ୍ତମାନେ ସମସ୍ତ ମୁହଁରେ ମାସ୍କ ଧରି ପୂଜା କରୁଥିବା ଦେଖିବାକୁ ମିଳିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories