ମହିଳାଙ୍କ ଭୟରେ ୫୫ ବର୍ଷ ଧରି ଏକାନ୍ତ ଜୀବନ କାଟୁଥିବା ମଣିଷ- ଏମିତି ରହୁଛନ୍ତି ଏକା

ଜୋହାନସ୍‌ବର୍ଗ- କାଲିଟକ୍ସ ନଜମଓ୍ୱିତା , ଏବେ ତାଙ୍କୁ ୭୧ ବର୍ଷ । ତାଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେ ନିଜକୁ ଏକୁଟିଆ ଏକ ଘରେ ବନ୍ଦ କରି ରଖୁଥିଲେ । ନିଜର ସାଧାରଣ ଜୀବନଯାପନ ଏବଂ ମହିଳାଙ୍କ ପ୍ରତିଥିବା ଭୟ ଯାହାକୁ ଡାକ୍ତରୀଭାଷାରେ ଗାଇନୋଫୋବିଆ କୁହାଯାଏ , ସେହି ଭୟ କାରଣରୁ ୫୫ବର୍ଷ ଧରି ଏକୁଟିଆ ରହିଛନ୍ତି ।

କାଲିଟକ୍ସ ନଜମଓ୍ୱିତା ଆଫ୍ରିୟକ ଦେଶ ରଓ୍ୱାଣ୍ଡାର ଅଧିବାସୀ । ପିଲାବେଳୁ ତାଙ୍କର ମହିଳାଙ୍କ ପ୍ରତି ଅତିଶୟ ଭୟ ଥିଲା . ୧୬ ବର୍ଷ ବୟସ୍କ ହେବେ ବେଳକୁ ସେ ଏକୁଟିଆ ରହିବା ପାଇଁ ନିଷ୍ପତି ନେଇଥିଲେ । ସେ ତାଙ୍କ ଘର ଚାରିପଟେ ବାଉଁଶ ଏବଂ ଅନ୍ୟାନ୍ୟ ଜିନିଷରେ ଏକ ଉଚ୍ଚା କାନ୍ଥ ତିଆରି କରିଥିଲେ । ଘର ଭିତରେ ଶୋଇବା ପାଇଁ ବାଉଁଶର ଏକ ଖଟ କରିବା ସହ ତା ଚାରିପଟେ ବାଉଁଶ ବାଡ କରିଥିଲେ । ଶୋଇବା ବେଳେ ତଳକୁ ଖସି ନପଡିବା ପାଇଁ ସେ ଏପରି କରିଥିଲେ ।

ଏହି ସ୍ଥାନରେ ଏକ ଛୋଟ ଗାତ ପରିଶ୍ରା ପାଇଁ କରିଥିଲେ । ଅନ୍ୟ ଏକ କୋଠରରୀରେ ଖାଇବା ଶୌଚ କରିବା ପାଇଁ ବ୍ୟବସ୍ଥା ଥିଲା । ସେ ପ୍ରାୟତଃ ଘରୁ ବାହାରନ୍ତି ନାହିଁ । ତାଙ୍କୁ ପଡୋଶୀ ମହିଳାମାନେ କିଛି ଜିନିଷ ଦେବାକୁ ଥିଲେ ଘର ଭିତରକୁ ଫିଙ୍ଗି ଦିଅନ୍ତି ବୋଲି କହିଛନ୍ତି । ଜୀବନରେ ବଞ୍ଜିବା ପାଇଁ ସେ ଅତି ଅଳ୍ପ ଜିନିଷ ବ୍ୟବହାର କରନ୍ତି । ଏଥିପାଇଁ ୭୧ ବର୍ଷ ବୟସରେ ସେ ବେଶ୍‌ ସୁସ୍ଥ ସବଳ ଅଛନ୍ତି ।

ତାଙ୍କ ଉପରେ ଜଣେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଚଳଚ୍ଚିତ୍ର ତିଆରି କରିବା ସମସ୍ତ ଘଟଣା ପଦାକୁ ଆସିଥିଲା ।

Comments are closed.