ରାତିରେ ଉତ୍ପାତ କରି ଦିନରେ ବିଶ୍ରାମ ନେଲେ ହାତୀପଲ
ପାଟଣା : ଗତ ରାତି ପାଟଣା ବନାଞ୍ଚଳରେ ଥିବା ୧୭ ଟିକିଆ ହାତୀପଲ ଉପଦ୍ରବ ଜାରି ରଖିବା ପରେ ଆଜି ଦିନବେଳା ପାଟଣା ବୈତରଣୀ ନଦୀ ନିକଟ ପରମେଶ୍ୱର ମନ୍ଦିର ପାଖ ଜଙ୍ଗଲରେ ଶୋଇ ପଡିଥିବାର ଦେଖାଯାଇଥିଲା । ଗତରାତି ଏହି ହାତୀପଲ ସିଲିଦା ଗ୍ରାମର ମଧୁସୂଦନ ସେଠୀଙ୍କର ଘର ଭାଙ୍ଗିବା ସମୟରେ ଆକସ୍ମିକ ଭାବେ ଦେଢ଼ ବର୍ଷର ଶିଶୁ ପୁତ୍ର ସହ ପରିବାର ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏହି ହାତୀପଲ କେନ୍ଦେଇପଶି, ଖୁଣ୍ଟାପଡା, ସିଲଦା, ଅଁଳାଡ଼ିହା, ଡେଣୁଆ, ଅଙ୍କୁରା, ନୂଆପଡା, ବିଷ୍ଣୁପୁର ଆଦି ଗ୍ରାମର ବହୁ ଚାଷ ଜମିରେ ପଶି ଫସଲ ନଷ୍ଟ କରିଛନ୍ତି। ହାତୀପଲଙ୍କ ଉପରେ ନଜର ରଖାଯାଇଥିବା ବନପାଳ ପିଅନ ନାଏକ ସୂଚନା ଦେଇଛନ୍ତି। ତେବେ ଏହି ହାତୀପଲଙ୍କୁ ଦେଖିବାକୁ ସର୍ବତ୍ର ଶହ ଶହ ଲୋକ ଭିଡ ଲଗାଉଥିବାରୁ ଭବିଷ୍ୟତରେ କୌଣସି ପ୍ରକାର ଅଘଟଣ ଘଟିବାର ଆଶଙ୍କା ଥିବାରୁ ଲୋକ ମାନଙ୍କୁ ଏଥିରୁ ଦୂରେଇ ରହିବାକୁ ବନବିଭାଗ ପ୍ରଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।
Comments are closed.