www.samajalive.in
Monday, December 15, 2025
17.1 C
Bhubaneswar

ଲାଞ୍ଚ ମାଗିବା ଅଭିଯୋଗରେ ସବ ରେଜିଷ୍ଟରଙ୍କ ନାମରେ ମାମଲା ରୁଜୁ

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ସବ୍ ରେଜିଷ୍ଟର ଅଫିସରେ ଲାଞ୍ଚ କାରବାର ସହ ସବ୍ ରେଜିଷ୍ଟରଙ୍କ ଅଶାଳୀନ ବ୍ୟବହାର ନେଇ ଅନେକ ଆଲୋଚନା ହେଉଥିଲା। ଯାହାକି ଜିଲ୍ଲା  ରେଜିଷ୍ଟରଙ୍କ ନିକଟରେ ପହଞ୍ଚିଥିଲା। କିନ୍ତୁ ଓକିଲଙ୍କୁ ଅଶାଳୀନ ବ୍ୟବହାର ସହ ଲାଞ୍ଚ ମାଗିବା ଘଟଣାରେ ରଣପୁର ସବ୍ ରେଜିଷ୍ଟର ବିଶ୍ୱଜିତ ଦାଶଙ୍କ ନାମରେ ମାମଲା ଋଜୁ ହେ।ଇଥିବା ଜଣାପଡିଛି। ଜୁଲାଇ ୩୦ ତାରିଖରେ ରଣପୁର କେ।ର୍ଟର ଓକିଲ ରାଜେନ୍ଦ୍ର ବଳବନ୍ତରାୟ ଏକ ଜମି ରେଜିଷ୍ଟେସନ ପାଇଁ ସବ ରେଜିଷ୍ଟରଙ୍କ ମୁଖ୍ୟ କିରାଣୀ ପାଖରେ ଦଲିଲ ଦାଖଲ କରିଥିଲେ। ଅଫିସ କହିବା ମୁତାବକ ବେଞ୍ଚ୍ ମାର୍କ ଭାଲ୍ୟୁଏସନ ରହିଥିଲା। ଓକିଲଙ୍କୁ କହିଥିଲେ ତୁମେ ଦିନ ୨ଟା ପରେ ଆସ  । ଓକିଲ ବଳବନ୍ତରାୟ ପହଞ୍ଚିବାରୁ  ସବ୍ ରେଜିଷ୍ଟର ଦାଶ ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ ।ତୁମର ଦଲିଲ୍ ଅଣ୍ଡର ଭାଲ୍ୟୁଏସନ ଅଛି ୨୦ ହଜାର ଟଙ୍କା ଦେଲେ ପଞ୍ଜିକରଣ କରାଯିବ ବୋଲି କହିଥିଲେ। ଏନେଇ ଓକିଲ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଆପେ।ଷ ଆଲୋଚନା ପାଇଁ ଚେଷ୍ଟା ଜାରି ରହିଥିଲା। ସମାଧାନ ନହେବାରୁ ଓକିଲ ବଳବନ୍ତରାୟ ଅଗଷ୍ଟ ୧୯ ତାରିଖରେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ସବ ରେଜିଷ୍ଟର ଦାଶଙ୍କ ନାମରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories