ଏକ ଡାକ୍ତରଖାନାରେ ବେଡ୍ସିଟ୍ ବଞ୍ଚାଇଦେଲା ଲୋକଙ୍କ ଜୀବନ
ବେଜିଂ – -ବେଡ୍ସିଟ୍ ଯୋଗୁଁ ଗୋଟିଏ ଡାକ୍ତରଖାନାରେ କିଛି ଲୋକଙ୍କ ଜୀବନ ବଞ୍ଚିଯାଇଛି । ବେଜିଂର ଏକ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଏହି ନିଆଁ ଅକ୍ସିଜେନ୍ ପାଇପ୍ ଯୋଗୁଁ ବିଭିନ୍ନ କୋଠରୀକୁ ବ୍ୟାପିଥିଲା । ଏହି ନିଆଁ ଲାଗି ଯୋଗୁଁ ୨୬ ଜଣ ରୋଗୀଙ୍କ ସହ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା । ମାତ୍ର କିଛି ମହଲାର ଲୋକ ଝରକା ଭାଙ୍ଗି ଡାକ୍ତରଖାନାରେ ଥିବା ବେଡ୍ସିଟ୍କୁ ବେଡ୍ସିଟ୍ ବାନ୍ଧି ସେଥିରେ ତଳକୁ ଓହ୍ଲାଇଥିଲେ ।
କିଛି ଲୋକ ଡାକ୍ତରଖାନାରେ ଲାଗିଥିବା ଏୟାର କଣ୍ଡିସନର ଉପରେ ବସି ରହିଥିବା ଦେଖିବା ପାଇଁ ମିଳିଥିଲା । ମାତ୍ର ଅନେକ ଲୋକ ବେଡସିଟ୍କୁ ବେଡିସିଟ୍ ବାନ୍ଧି ଝରକା ଭାଙ୍ଗି ସେଥିରେ ତଳକୁ ଓହ୍ଲାଇ ଆସିଥିଲେ । ଏଥିଯୋଗୁଁ ଅନେକ ଲୋକହ୍କର ଜୀବନ ବଞ୍ଚି ଯାଇଛି ।
Comments are closed.