www.samajalive.in
Friday, December 12, 2025
23.1 C
Bhubaneswar

ପୁଣି ବୁଲା କୁକୁର କାମୁଡାରେ ନାବାଳକ ଗୁରୁତର ପେଟ ଓ ବେକକୁ ଝୁଣିଦେଲେ

ନୂଆଦିଲ୍ଲୀ – ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ପୁଣି ବୁଲା କୁକୁର ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି । କୁକୁର ମାନେ ବେଢି ଯିବାରୁ ନାବାଳକ ଜଣଙ୍କ ଡରରେ ଦୌଡିଥିଲେ । କୁକୁରମାନେ ନାବାଳକର ପେଟ, ମୁହଁ ବେକ କାନ୍ଧକୁ କାମୁଡି ପକାଇଛନ୍ତି । ଗତମାସରେ ଏହି ଅଞ୍ଚଳରେ ବୁଲା କୁକୁର କାମୁଡି ଦୁଇ ଜଣ ଛୋଟ ପିଲା ସମ୍ପର୍କରେ ଯେଉଁମାନେ ଭାଇ ସେମାନଙ୍କର ମୃତ୍ୟୁ ହୋଇଥିଲା ।

ଦିଲ୍ଲୀ ବସନ୍ତକୁଞ୍ଜର ରଙ୍ଗପୁରୀ ହିଲ୍ସ ନିକଟରେ ଏହି ଛୋଟପିଲାଟି ଘର ପାଖ ଦୋକାନକୁ ସଉଦା କିଣିବାପାଇଁ ଯାଉଥିଲା । ଏହି ସମୟରେ ୧୪ଟି କୁକୁର ତାକୁ ବେଢି ଯାଇଥିଲେ । ପିଲାଟି ଭୟରେ ଦୌଡିବାରୁ କୁକୁରମାନେ ତାକୁ କାମୁଡି ପକାଇଥିଲେ ।

- Advertisement -

ଚିତ୍କାର ଶୁଣି କିଛି ଲୋକ ତୁରନ୍ତ ଆସି କୁକୁରଙ୍କ କବଳକୁ ପିଲାଟିକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ସେତେବେଳକୁ ପିଲାଟି ଗୁରୁତର ହୋଇ ସାରିଥିଲା । ତା ଶରୀର ୧୨ଟି ଜାଗାକୁ କାମୁଡି ପକାଇଥିଲେ । ପିଲାଟିକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୁଲାକୁକୁରଙ୍କୁ ଏମ୍‌ସିଡି ପକ୍ଷରୁ ଧରି ନେଇଯିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଗତ ମାସରେ ଏହି ସ୍ଥାନରେ ବୁଲା କୁକୁର କାମୁଡାରେ ୭ ବର୍ଷ ଏବଂ ୫ ବର୍ଷର ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories