www.samajalive.in
Monday, December 8, 2025
16.1 C
Bhubaneswar

ମେକ୍ସିକୋ ସହରରେ ମାତିଛି ଦୁର୍ଗନ୍ଧ ଆତଙ୍କ

ଗୁଆଡାଲାଜାରା: ମେକ୍ସିକୋର ଏକ ସହରରେ ଦୁର୍ଗନ୍ଧ ଆତଙ୍କ ଦେଖାଦେଇଛି। ଦୁର୍ଗନ୍ଧ ଏତେ ତୀବ୍ର ଯେ, ଏହା ଦ୍ୱାରା କିଛି ଲୋକ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇ ପଡ଼ୁଥିଲେ। ସହର ତମାମ ଏହି ଦୁର୍ଗନ୍ଧ ଆତଙ୍କକୁ ନେଇ ଚର୍ଚ୍ଚା। ଶେଷରେ ଗଣମାଧ୍ୟମଠାରୁ ଆରମ୍ଭ କରି ଅଞ୍ଚଳବାସୀ ଦାୟୀ କରିଥିଲେ ଏକ ଟ୍ରକକୁ। ଏହି ଟ୍ରକଟି ଯେଉଁଠି ଛିଡ଼ା ହେଉଥିଲା ଦୁର୍ଗନ୍ଧ ଖେଳି ଯାଉଥିଲା।
ଘଟଣାର ସୁତ୍ରପାତ ମେକ୍ସିକୋର ଗୁଆଡାଲାଜାରା ସହରରେ ଆରମ୍ଭ ହୋଇଥିଲା। ଟ୍ରକଟିକୁ ଠାବ କରିବା ପରେ ସ୍ଥାନୀୟ ମେୟର ଟ୍ରକଟିକୁ ତୁରନ୍ତ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଥିଲେ।ମେୟରଙ୍କ ନିର୍ଦେଶରେ ଟ୍ରକଟିକୁ ଯେଉଁଠି ନିଆଗଲା ସେଠାକାର ଅଞ୍ଚଳବାସୀ ଦୁର୍ଗନ୍ଧରେ ବିଚଳିତ ହୋଇଗଲେ। ଟ୍ରକ ମଧ୍ୟରୁ ପ୍ରବାହିତ ଦୁର୍ଗନ୍ଧ ସମ୍ପୃକ୍ତ ଅଞ୍ଚଳର ବାତାବରଣକୁ ନଷ୍ଟ କରୁଥିବା ଅଭିଯୋଗରେ ଉକ୍ତ ଟ୍ରକକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବିରେ ଅଡି ବସିଥିଲେ ସ୍ଥାନୀୟ ଅଞ୍ଚଳବାସୀ। ଘଟଣା ଉପରେ ଗଣମାଧ୍ୟମର ହସ୍ତକ୍ଷେପ ପରେ ସ୍ଥାନୀୟ ପ୍ରଶାସନ ଉକ୍ତ ଟ୍ରକକୁ ସହରର ଅନ୍ୟ ପାଶ୍ୱର୍କୁ ସ୍ଥାନାନ୍ତର କରିଥିଲେ। ତେବେ ସେଠାରେ ମଧ୍ୟ ଟ୍ରକ ମଧ୍ୟରୁ ନିର୍ଗତ ଦୁର୍ଗନ୍ଧ ଅଞ୍ଚଳବାସୀଙ୍କୁ ବିଚଳିତ କରିଦେଇ ଥିଲା।
ଆରମ୍ଭ ହେଲା ତଦନ୍ତ। ତଦନ୍ତ ପରେ ଟ୍ରକ ଭିତରେ ୧୦୦ ରୁ ଅଧିକ ଶବ ରଖାଯାଇଥିବା ଜଣାପଡ଼ିଥିଲା। ଟ୍ରକ୍‍କୁ ଏକ ଅସ୍ଥାୟୀ ଶବାଗାରରେ ପରିଣତ କରାଯାଇଥିଲା। ମେକ୍ସିକୋର ଜେଲିସ୍କୋ ରାଜ୍ୟପାଳ ଗୁଆଡାଲାଜାରା ସହରର ଶବାଗାରର ତତ୍ତ୍ୱାବଧାରକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଟ୍ରକଟିକୁ ୱେରହାଉସକୁ ପଠାଇ ଦେବାକୁ ନିର୍ଦେଶ ଦେଇଥିଲେ। ଅପରପକ୍ଷରେ ଗୁଆଡାଲାଜାରା ସହର ସ୍ଥିତ ମର୍ଗର ଶବ ରଖିବାର କ୍ଷମତା ପୂର୍ଣ୍ଣ ହୋଇଯାଇଥିବା ସମ୍ପର୍କରେ ଶବାଗାରର ତତ୍ତ୍ୱାବଧାରକ ପୂର୍ବରୁ ଲିଖିତ ସୂଚନା ଦେଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ନଥିଲେ ବୋଲି ପାଲଟା ଅଭିଯୋଗ କରି କୋର୍ଟରେ ମାମଲା ରୁଜୁ କରିଛନ୍ତି। ମର୍ଗରେ ପ୍ରତି ଦିନ ପହଞ୍ଚୁଥିବା ମୃତଦେହକୁ ରଖିବାକୁ ସ୍ଥାନର ଅଭାବ ହେତୁ ଏହି ଟ୍ରକକୁ ଅସ୍ଥାୟୀଭାବେ ଶବାଗାରରେ ପରିଣତ କରାଯାଇ ଥିଲା। ତେବେ ଉପଯୁକ୍ତ ତାପମାତ୍ରା ଅଭାବରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉକ୍ତ ଟ୍ରକ ମଧ୍ୟରୁ ୧୦୦ରୁ ଅଧିକ ବିଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଅପରପକ୍ଷରେ ସହରରେ ଅନ୍ୟ ଏକ ଶବାଗାର ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବାବେଳେ ଏଭଳି ପରିସ୍ଥିତିର ପୁନରାବୃତ୍ତି ହେବ ନାହିଁ ବୋଲି ସହରର ମେୟର କ୍ଷମା ପ୍ରାର୍ଥନା କରି ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories