www.samajalive.in
Monday, December 15, 2025
14.1 C
Bhubaneswar

୪୦ଡିଗ୍ରୀ ଟପିଲା ତାତି

ଭୁବନେଶ୍ୱର  : କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଥିବାବେଳେ ବୁଧବାର ଏହା ୪୦ଡ଼ିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱର ସମେତ ୧୧ଟି ସହରର ତାପମାତ୍ରା ୩୯ଡ଼ିଗ୍ରୀ ଉପରେ ଥିବାବେଳେ ଦୁଇଟି ସହର ସମ୍ବଲପୁର ଓ ଟିଟିଲାଗଡ଼ର ସର୍ବାଧିକ ତାପମାତ୍ରା ୪୦ଡ଼ିଗ୍ରୀ ସେଲସିୟସ ଅତିକ୍ରମ କରିଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ର ପାରଦ ଆଜି ସବୁଠୁ ଅଧିକ ୪୦.୫ଡ଼ିଗ୍ରୀ ରେକର୍ଡ଼ କରାଯାଇଛି। ସପ୍ତାହକ ପରେ ସାରା ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଦୀର୍ଘଦିନ ଧରି ରାଜ୍ୟରେ ବର୍ଷା ନଥିବାବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହୁଛି। ରାତି ସମୟରେ ତାପମାତ୍ରା ହ୍ରାସ ପାଉଥିଲେ ହେଁ ଦିନବେଳା ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବା ସହିତ ପବନର ବେଗ ୫୦ରୁ ୬୦କିମି ମଧ୍ୟରେ ରହିବ ଏବଂ କେତେକ ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ସାଙ୍ଗକୁ କାଳବୈଶାଖୀ ପ୍ରଭାବ ଅନୁଭୂତ ହୋଇପାରେ। ୧୬ରେ ଉପକୂଳ ଓଡ଼ିଶା ସହିତ କେନ୍ଦୁଝର ଓ ମୟୂରଭଞ୍ଜରେ ଅନୁରୂପ ସ୍ଥିତି ଲାଗିରହିବ। ୧୭ରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories