www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରୀମନ୍ଦିର ପରିଚାଳନା କମିଟି ଖୁବ୍‌ଶୀଘ୍ର : ମୁଖ୍ୟ ପ୍ରଶାସକ

ପୁରୀ : ରାଜ୍ୟ ସରକାର ଖୁବ୍‌ଶୀଘ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠନ କରିବେ। ଏହି ପ୍ରସ୍ତାବ ଏବେ ସରକାରଙ୍କ ବିଚାରାଧୀନ ରହିଛି। ନୂଆ କମିଟି ଗଠନ ପରେ ବଜେଟ ବୈଠକ ଡକାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ରବିବାର ପ୍ରକାଶ କରିଛନ୍ତି। ପରିଚାଳନା କମିଟି ଗଠନରେ ସରକାରଙ୍କ ଅବହେଳା ଯୋଗୁଁ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଉଦ୍‌ବେଗ ସମ୍ପର୍କରେ ପଚାରିବାରୁ ଶ୍ରୀ ଜେନା କହିଲେ ଗଜପତିଙ୍କ ମତ ଉପରେ କୌଣସି ପ୍ରତିକ୍ରିୟା ଦେବା ଠିକ୍‌ ହେବନାହିଁ। ତେବେ ଖୁବ୍‌ଶୀଘ୍ର ନୂଆ କମିଟି ଗଠନ ପ୍ରସ୍ତାବକୁ ସରକାର ଅନୁମୋଦନ ଦେବେ। ପରିଚାଳନା କମିଟି ବୈଠକରେ ଗ୍ରହଣ କରାଯାଉଥିବା ସମସ୍ତ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ମନ୍ଦିର ପ୍ରଶାସନର କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ଅଧିକାଂଶ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉ ନଥିବା ଅଭିଯୋଗ ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେନା କହିଲେ କିଛି ନିଷ୍ପତ୍ତି କାର୍ଯ୍ୟକାରୀରେ ବିଳମ୍ବ ହେଉଥାଇପାରେ; କିନ୍ତୁ ସବୁ ନିଷ୍ପତ୍ତି ପାଳନ କରାଯିବ। ପରିଚାଳନା କମିଟି ନିଷ୍ପତ୍ତି କାର୍ଯ୍ୟକାରୀ ନକରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଉଦେଶ୍ୟ ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି। ନୀଳଚକ୍ର ମରାମତି ସମ୍ପର୍କରେ ପଚାରିବାରୁ ସେ କହିଲେ ବିଶେଷଜ୍ଞଙ୍କ ଅନୁଧ୍ୟାନ ରିପୋର୍ଟ ଏପର୍ଯ୍ୟନ୍ତ ମନ୍ଦିର ପ୍ରଶାସନର ହସ୍ତଗତ ହୋଇନାହିଁ। ଦୁଇଟି ଅର ଦୁର୍ବଳ ହୋଇ ପଡିଥିବା ସେ ଶୁଣିଛନ୍ତି। ରିପୋର୍ଟ ମିଳିବା ପରେ ମରାମତି କାର୍ଯ୍ୟ ଆରମ୍ଭ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ପରାମର୍ଶ ଦିଆଯିବ। ନୂଆ କମିଟି ଗଠନରେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଶନିବାର ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିନେଇ ସେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ସାକ୍ଷାତ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବା ଗଜପତି ମହାରାଜା ମତ ଦେଇଥିଲେ। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ପରିଚାଳନାରେ ସରକାର ଅବହେଳା କରୁଥିବା ଗଜପତିଙ୍କ ଏପରି ବିବୃତ୍ତିରୁ ସ୍ପଷ୍ଟ ହୋଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories