www.samajalive.in
Monday, December 15, 2025
26.1 C
Bhubaneswar

ତ୍ରିରାଷ୍ଟ୍ରୀୟ ପାଇଁ ଯୁବ ଭାରତୀୟ ଦଳ ପ୍ରସ୍ତୁତ

କଲମ୍ବୋ : ମଙ୍ଗଳବାରଠାରୁ ଶ୍ରୀଲଙ୍କାରେ ଆରମ୍ଭ ହେଉଛି ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ବାଂଲାଦେଶ ହେଉଛି ଏହି ଟୁର୍ଣ୍ଣାମେଣ୍ଟର ୩ୟ ଦଳ। ଦୀର୍ଘ ଓ କଷ୍ଟସାଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିଥିବାରୁ ଏବଂ ଆଗକୁ ଆଇପିଏଲ୍‌ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଲାଗି ଭାରତୀୟ ଦଳରୁ ପ୍ରମୁଖ ଖେଳାଳିମାନେ ବିଶ୍ରାମ ନେଇଛନ୍ତି। ତେଣୁ ସେମାନଙ୍କ ଅନୁପସ୍ଥିତିରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଭବିଷ୍ୟତରେ ଭାରତୀୟ ଦଳରେ ପ୍ରବେଶ ଲାଗି ରାସ୍ତା ଉନ୍ମୁକ୍ତ ରଖିବାକୁ ଏହି ଯୁବ ଖେଳାଳିମାନେ ଆଶାୟୀ।
ଅଧିନାୟକ ବିରାଟ କୋହଲିଙ୍କ ସହ ଭେଟେରାନ୍‌ ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ ନିଦାହାସ୍‌ ଟ୍ରଫିରୁ ବିଶ୍ରାମ ଦିଆଯାଇଛି। ଏଦୁହିଁଙ୍କୁ ଛାଡ଼ି ବ୍ୟାଟିଂରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଓପ୍‌ନର ରୋହିତ ଶର୍ମା ଦଳର ନେତୃତ୍ୱ ନେଉଥିବା ବେଳେ ଶିଖର ଧାୱନ, ମନୀଷ ପାଣ୍ଡେ, ସୁରେଶ ରୈନା, ଦିନେଶ କାର୍ତ୍ତିକ ଓ କେ.ଏଲ୍‌. ରାହୁଲଙ୍କ ପରି ନିୟମିତ ଟ୍ୱେଣ୍ଟି୨୦ ଖେଳାଳି ରହିଛନ୍ତି। ଏମାନଙ୍କ ସହ ଋଷଭ ପନ୍ତ୍‌, ଦୀପକ ହୁଡା ଓ ୱାଶିଂଟନ ସୁନ୍ଦରଙ୍କ ପରି ଯୁବ ପ୍ରତିଭା ମଧ୍ୟ ଅଛନ୍ତି। ତେବେ ଟ୍ୱେଣ୍ଟି୨୦ ଦଳର ପ୍ରମୁଖ ବୋଲର- ଯେପରି ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‌ରା, କୁଲଦୀପ ଯାଦବ ଏବଂ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ଫଳରେ ଅଭିଜ୍ଞ ଜୟଦେବ ଉନାଦ୍‌କତଙ୍କ ସହ ସାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ୍‌ ପେସ୍‌ ବୋଲର ଭାବେ ରହିଛନ୍ତି। ତାମିଲନାଡ଼ୁର ଦୁଇ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ଓ ୱାଶିଂଟନ ସୁନ୍ଦର ମଧ୍ୟ ସୁଯୋଗର ସଦ୍‌ବ୍ୟବହାର କରିବାକୁ ଚାହିଁବେ।
ନିକଟରେ ହିମାଚଳ ପ୍ରଦେଶ ବିରୋଧରେ ୩୨ ବଲ୍‌ରେ ଶତକମାରି ଦିଲ୍ଲୀର ବାମହାତି ଋଷଭ ପନ୍ତ୍‌ ବିଶ୍ୱର ୨ୟ ଦ୍ରୁତତମ ଟ୍ୱେଣ୍ଟି୨୦ ଶତକ ହାସଲ କରିଥିଲେ। ପୁଣି ନିକଟରେ ଆଇପିଏଲ୍‌ ନିଲାମରେ ସବୁଠାରୁ ଦାମୀ ଭାରତୀୟ କ୍ରିକେଟର ହୋଇଥିବା ବାମହାତି ପେସ୍‌ ବୋଲର ଉନାଦ୍‌କତ ୧୧.୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍‌ସରେ ସାମିଲ ହୋଇଛନ୍ତି। ଭାରତୀୟ ଦଳକୁ ଫେରିବା ପରେ ସୌରାଷ୍ଟ୍ରର ଉନାଦ୍‌କତ ୬ଟି ଟ୍ୱେଣ୍ଟି୨୦ ମ୍ୟାଚ୍‌ରୁ ୭ଟି ୱିକେଟ ନେଇଛନ୍ତି। ଭାରତୀୟ ଦଳରେ ପ୍ରମୁଖ ଖେଳାଳି ନଥିଲେ ହେଁ ନିଦାହାସ୍‌ ଟ୍ରଫି ଜିତିବା ପାଇଁ ଭାରତ ହିଁ ଫେଭରିଟ୍‌। କାରଣ ଶ୍ରୀଲଙ୍କା ଏବେ ଫର୍ମରେ ନାହିଁ ଏବଂ ଆହତ ଥିବାରୁ ଆଞ୍ଜେଲୋ ମାଥ୍ୟୁସ୍‌ ଓ ଆସେଲା ଗୁଣରତ୍ନେଙ୍କ ପରି ଖେଳାଳି ଦଳରେ ନାହାନ୍ତି। ୨୦୧୭ରେ ସମସ୍ତ ଫର୍ମାଟକୁ ମିଶାଇ ଶ୍ରୀଲଙ୍କା ମୋଟ ୫୭ଟି ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୧୪ଟି ଜିତିପାରିଛି। ବାଂଲାଦେଶକୁ ଛାଡ଼ି ଶ୍ରୀଲଙ୍କା ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ପାଇଥିବା ଚନ୍ଦିକା ହାଥୁରାସିଂଘେଙ୍କ ଅଧୀନରେ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛି ଶ୍ରୀଲଙ୍କା। ପୁଣି ଘରୋଇ ପଡ଼ିଆ ଏବଂ ଘରୋଇ ସମର୍ଥକଙ୍କ ସମ୍ମୁଖରେ ଭଲ ପ୍ରଦର୍ଶନ କରିବାକୁ ଶ୍ରୀଲଙ୍କା ନିଶ୍ଚୟ ଚାହିଁବ। ମାଥ୍ୟୁସ୍‌ଙ୍କ ଅନୁପସ୍ଥିତିରେ ଦିନେଶ ଚାନ୍ଦିମାଲ ଶ୍ରୀଲଙ୍କା ଦଳର ନେତୃତ୍ୱ ନେଉଛନ୍ତି। ଅନ୍ୟପକ୍ଷରେ ଆଇସିସି ଟ୍ୱେଣ୍ଟି୨୦ ମାନ୍ୟତାରେ ୧୦ମ ସ୍ଥାନକୁ ଖସି ଆସିଥିବା ବାଂଲାଦେଶ ତା’ର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚାହିଁବ। ଏହି ଟୁର୍ଣ୍ଣାମେଣ୍ଟରେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ କିମ୍ବଦନ୍ତୀ ଫାଷ୍ଟବୋଲର କର୍ଟନି ୱାଲ୍‌ସ ବାଂଲାଦେଶର ପ୍ରଶିକ୍ଷକ ଦାୟିତ୍ୱ ସମ୍ଭାଳିବେ। ନିକଟରେ ଶ୍ରୀଲଙ୍କାଠାରୁ ଟ୍ୱେଣ୍ଟି୨୦ ସିରିଜ୍‌ରେ ବାଂଲାଦେଶ ପରାସ୍ତ ହୋଇଥିବାରୁ ଏହାର ପ୍ରତିଶୋଧ ନେବାକୁ ଏହା ନିଶ୍ଚୟ ଚାହିଁବ। ଶ୍ରୀଲଙ୍କା ସ୍ୱାଧୀନ ହେବାର ୭୦ ବର୍ଷ ପୂରଣ ଉପଲକ୍ଷେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବା ବେଳେ ୧୮ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories