BJD Bijuli 480×75 Mob

ସୋମବାର ରାଶିଫଳ

BJD Bijuli 480×75 Mob
0

ମେଷ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ବିପଦ ଟଳି ଯାଇଥିବାରୁ ଆଶ୍ୱସ୍ତି ମିଳିବ। ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ପ୍ରୀତିଲାଭ କରିପାରନ୍ତି। ବିଦ୍ୟାର୍ଥୀ ପାରଙ୍ଗମ ହେବେ।

ବୃଷ: ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରୁ ଆନନ୍ଦ ମିଳିବ। ମନରେ ସେବା ଭାବନା ଜାଗ୍ରତ ହେବ। ଧୈର୍ଯ୍ୟ ଧରି କାର୍ଯ୍ୟ କରିବେ। ନୂତନ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ବିଦ୍ୟାର୍ଥୀ ଅପୂର୍ବ ସଫଳତା ପାଇବେ।

ମିଥୁନ: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟସ୍ତଭରା ଜୀବନ ପାଇଁ ଆଶ୍ୱସନା ମିଳିବ। ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ମନରେ ବିରକ୍ତି ଭାବ ଆସିପାରେ। କଥାବାର୍ତ୍ତା ସାବଧାନତାର ସହ କରନ୍ତୁ। ବିଦ୍ୟାର୍ଥୀ ସୁଖୀ ହେବେ।

କର୍କଟ: ଅଯଥାରେ କଳି ଉପୁଜି ପାରେ। ମନସ୍ତାପ କରିପାରନ୍ତି। ଅର୍ଥ ମିଳିବ। ସୁଖ ସମ୍ଭୋଗରେ ଦିନଟି ଅତିବାହିତ ହେବ। ଘରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇପାରେ। ବିବାଦରେ ବିଜୟୀ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ।

ସିଂହ: ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ମିଳିବ। ଚିନ୍ତିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମୂଲ୍ୟବାନ ଦ୍ରବ୍ୟ ପାଇବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବିଦ୍ୟାର୍ଥୀ ଗୁର ଆଶୀର୍ବାଦ ପାଇବେ।

କନ୍ୟା: ବହୁଧନ ପ୍ରାପ୍ତିରେ ସୁଖୀ ହେବେ। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଶୁଭ ଅନୁଷ୍ଠାନରେ ଯୋଗଦାନ କରିପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ବିଦ୍ୟାର୍ଥୀଙ୍କର ସର୍ବଶୁଭ ହେବ।

ତୁଳା: ବହୁ ସୁଖର ଅଧିକାରୀ ହେବେ। ମନରେ ପ୍ରସନ୍ନତା ଆସିବ। ଶାନ୍ତି, ସନ୍ତୋଷ ଲାଭ କରିପାରନ୍ତି। ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ପଢ଼ା ସାଥୀଙ୍କ ସହଯୋଗ ପାଇବେ।

ବିଛା: ବନ୍ଧୁ ଉପରେ ସନ୍ଦେହ ଆରୋପ କରିପାରନ୍ତି। ସମସ୍ତ ଅସୁବିଧା ଅନାୟାସରେ ଦୂର ହୋଇପାରେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟ ଲାଭଜନକ ହେବ। ଲୋକପ୍ରିୟତା ଅର୍ଜନ କରିବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ଧନୁ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ। ଅତ୍ୟଧିକ କାର୍ଯ୍ୟ କରି ବିବ୍ରତ ହୋଇପାରନ୍ତି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବକୟା ଅର୍ଥ ମିଳିବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।

ମକର: ଆଦର, ସକôାର ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ଅର୍ଥାଗମର ସୂଚନା ମିଳୁଛି। କର୍ମ କୁଶଳତା ପ୍ରକାଶ ପାଇବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

କୁମ୍ଭ: ଅତ୍ୟଧିକ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ପଡ଼ିବ। ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରନ୍ତୁ ନାହିଁ। ବିଦ୍ୟାର୍ଥୀଙ୍କୁ ସମ୍ମାନ ମିଳିବ।

ମୀନ: ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ। ମନରେ ପ୍ରସନ୍ନତା ଦେଖା ଦେବ। ଯଶ ଅର୍ଜନ କରି ପ୍ରଶଂସା ଲାଭ କରିବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବିଦ୍ୟାର୍ଥୀ କର୍ତ୍ତବ୍ୟ ନିଷ୍ଠ ହେବେ।

Leave A Reply