www.samajalive.in
Monday, December 15, 2025
14.1 C
Bhubaneswar

ଧାମରାରେ ଗ୍ୟାସର ବ୍ୟାପକ କଳାବଜାର, ମତ୍ସ୍ୟପୋତାଶ୍ରୟ ପାଲଟିଛି ପେଣ୍ଠସ୍ଥଳୀ

ଧାମରା:ଧାମରାରେ ଜାଳେଣୀ ଗ୍ୟାସର ବ୍ୟାପକ କଳାବଜାରୀ ଚାଲିଛି। ଏହା ପ୍ରଶାସନର ଆଖି ଆଗରେ ଚାଲିଥିଲେ ମଧ୍ୟ ଏହାକୁ ରୋକ ଲଗାଯାଉନାହିଁ। ଏପରିକି ରାଜ୍ୟ ସରକାରଙ୍କ ଧାମରା ମତ୍ସ୍ୟପୋତାଶ୍ରୟ ଏହି କଳାବଜାରୀର ପେଣ୍ଠସ୍ଥଳୀ ପାଲଟିଛି। ଧାମରାରେ ୧ହଜାରରୁ ଉର୍ଦ୍ଧ ଟ୍ରଲର,ଭୁଟୁଭୁଟି ଏବଂ ଲଂଚ ମାନ ଚାଲୁଅଛି।ପ୍ରତ୍ୟେକ ବୋଟ ଏବଂ ଲଂଚ ମାନଙ୍କରେ ରନ୍ଧନ ଗ୍ୟାସ ବ୍ୟବହାରକୁ ଅନୁମତି ମିଳିଥିଲେ ମଧ୍ୟ ଏହି ସିଲିଣ୍ଡର ଗୁଡିକ ଅଣରିହାତି ଯୁକ୍ତ ସିଲିଣ୍ଡର ହେବା ସହ ବ୍ୟବସାୟୀ ସଙ୍ଗଠନ ଗୁଡିକ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବା ଜରୁରୀ ବୋଲି ସରକାର ବିଞପ୍ତି ପ୍ରକାଶ କରିଛନ୍ତି। ମାତ୍ର ଏହି ସରକାରୀ ଆଇନକୁ ଖୋଲାଖୋଲି ଉଲଙ୍ଘନ କରାଯାଉଛି।ଏଥିସହ ଧାମରା ବଜାରରେ ଗ୍ୟାସ କଳାବଜାରୀ ଚାଲିଥିବା ବେଳେ ଏହି ସମସ୍ତ ଗ୍ୟାସ ସିଲିଣ୍ଡର ଗୁଡିକ ଧାମରା ମତ୍ସ୍ୟପୋତାଶ୍ରୟ ମଧ୍ୟରେ ଗଚ୍ଛିତ ହୋଇ ରହୁଥିବା ଜଣାଯାଇଛି। ସରକାର ଏବଂ ଗ୍ୟାସ ଯୋଗାଣକାରୀ ସଂସ୍ଥା ଗୁଡିକ ଜନବସତି ଠାରୁ ସର୍ବନିମ୍ନ ୫ଶହ ମିଟର ଦୂରରେ ଷ୍ଟକୟାର୍ଡ ଖୋଲିବାର ନିୟମ ଥିବା ବେଳେ କେଉଁ ପରିସ୍ଥିତିରେ ସରକାରଙ୍କ ମତ୍ସ୍ୟପୋତାଶ୍ରୟ ଅଧିକାରୀ ଏହି ଚୋରା କାରବାର କରୁଥିବା ମାଫିଆକୁ କିପରି ଶହ ଶହ ମତ୍ସ୍ୟଜିବୀଙ୍କୁ ନେଇ ଗଢି ଉଠିଥିବା କଲୋନୀ ମଧ୍ୟରେ ଗ୍ୟାସ ସିଲିଣ୍ଡର ଷ୍ଟକ କରିବାକୁ ଅନୁମତି ଦେଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ତୁରନ୍ତ ଏହି ସିଲିଣ୍ଡର ରଖି ଚୋରା ବେପାର କରୁଥିବା ବ୍ୟକ୍ତିଙ୍କୁ ମତ୍ସ୍ୟପୋତାଶ୍ରୟ କଲୋନୀରୁ ହଟାଇବାକୁ ସର୍ବସାଧାରଣରେ ଦାବୀ ହୋଇଛି। ଭଦ୍ରକ ଜିଲ୍ଲାପାଳ ମହୋଦୟ ଏହି ଘଟଣା ଉପରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ ଜଣାଇବା ସହ ଚୋରା ଗ୍ୟାସ ବେପାରୀ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories