ରାନୁଙ୍କୁ ହିମେଶଙ୍କ ଆଉ ଏକ ଅଫର୍ : ୧୨ ବର୍ଷ ତଳ ଗୀତରେ କଲେ କଣ୍ଠଦାନ
ମୁମ୍ବଇ : ବଲିଉଡ଼ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିୟାଙ୍କ ସହ ତୃତୀୟ ଗୀତ ରେକର୍ଡ଼ କରୁଛନ୍ତି ରାନୁ ମଣ୍ଡଳ। ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲିଯାଇଥିବା ରାନୁଙ୍କ ନିକଟରେ ଏବେ ଅଫର୍ ପରେ ଅଫର୍। ପୂର୍ବରୁ ହିମେଶଙ୍କ ସହ ୨ଟି ଗୀତ ଗାଇ ସାରିଥିବା ବେଳେ ପୁଣି ତାଙ୍କ ସହ ଆଉ ଏକ ପୁରୁଣା ଗୀତର ରିମେକ୍ରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି ରାନୁ। ସୋମବାର ରାତିରେ ହିମେଶ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ୧୨ ବର୍ଷ ତଳର ହିମେଶଙ୍କର ଏକ ସୁପରହିଟ୍ ଗୀତ ‘ଆଶିକି ମେଁ ତେରୀ’କୁ ରାନୁ ବେଶ୍ ଖୁସିର ସହ ଗାଉଥିବା ଦେଖିବାକୁ ମିଳିଛି। ଭିଡିଓ ସହ ହିମେଶ ଲେଖିଛନ୍ତି, ‘ଗୀତର ପ୍ରସ୍ତୁତି ଚାଲିଛି। ଏହା ହେଉଛି ତାହାର ଏକ ଝଲକ୍ ମାତ୍ର’।
ସୂଚନାଯୋଗ୍ୟ, ହିମେଶଙ୍କ ଆଗାମୀ ଚଳଚ୍ଚିତ୍ର ‘ହାପି ହାର୍ଡି ଆଣ୍ଡ୍ ହୀର୍’ ପାଇଁ ପୂର୍ବରୁ ରାନୁ ୨ଟି ଗୀତ ରେକର୍ଡ଼ କରିସାରିଛନ୍ତି। ଏହା ହେଉଛି ଚଳଚ୍ଚିତ୍ରର ତୃତୀୟ ଗୀତ।
Comments are closed.