www.samajalive.in
Monday, December 15, 2025
16.1 C
Bhubaneswar

ରାଜଧାନୀରେ ନକଲି ଖାଇବା ତେଲ କାରଖାନା ଠାବ; ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳରେ ମଙ୍ଗଳବାର ସକାଳେ ନକଲି ଖାଇବା ତେଲ କାରଖାନା ଠାବ ହୋଇଛି । ଲକ୍ଷ୍ମୀସାଗର ପୁଲିସ ଖବର ପାଇ ଚଢ଼ାଉ କରି କରାଖାନାକୁ ସିଲ୍ କରିହା ସହ ୩ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି । ଚଢ଼ାଉ ସମୟରେ ବିପୁଳ ପରିମାଣରେ ନକଲି ଖାଇବା ତେଲ ଓ ଘିଅ ଜବତ ହୋଇଛି । ବିଭିନ୍ନ କମ୍ପାନୀର ଲୋଗ ଥିବା ବୋତଲରେ ଏସବୁ ଖାଇବା ତେଲ ଓ ଘିଅକୁ ରଖାଯାଇଥିଲା ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଅନେକ ଦିନ ଧରି ଖାଇବା ତେଲ ପ୍ରସ୍ତୁତି କାରଖାନା ଚାଲି ଆସିଥିଲା । ତେଲ ବୋତଲରେ ବିଭିନ୍ନ  କମ୍ପାନୀର ଲୋଗ ଲଗାଇ ରାଜ୍ୟ ଏହଂ ରାଜ୍ୟ ବାହାରରେ ବିକ୍ରି କରଯାଉଥିଲା । ଏନେଇ ଲକ୍ଷ୍ମୀସାଗର ପୁଲିସ ଖବର ପାଇବା ପରେ ମଙ୍ଗଳବାର ସକାଳେ ସେଠାରେ ଚଢ଼ାଉ କରିଥିଲା । ଏହି କାରବାରରେ ସଂମ୍ପୃକ୍ତ ଥିବା ଲୋକଙ୍କୁ ଖୋଜିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିଛି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories