www.samajalive.in
Sunday, December 7, 2025
23.1 C
Bhubaneswar

‘ଶେରଶାହ’ ପାଇଁ ଖାସ୍‍ ପ୍ରଶିକ୍ଷଣ ନେଉଛନ୍ତି ସିଦ୍ଧାର୍ଥ

ମୁମ୍ବଇ : ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲ୍‌ହୋତ୍ରା ଚଳିତ ଦିନରେ କାର୍‍ଗିଲରେ ନିଜର ଆଗାମୀ ଚଳଚ୍ଚିତ୍ର ‘ଶେରଶାହ’ର ଶୁଟିଂ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ରହୁଥିବା ସିଦ୍ଧାର୍ଥ ଇନ୍‍ଷ୍ଟାଗ୍ରାମ୍‍ ଜରିଆରେ ପ୍ରଶଂସକଙ୍କୁ ସମସ୍ତ ତାଜା ତଥ୍ୟ ପ୍ରଦାନ କରିଥାଆନ୍ତି।

ନିକଟରେ ସେ ଇନ୍‍ଷ୍ଟାଗ୍ରାମରେ ନିଜର ଏକ ୱାର୍କଆଉଟ୍‍ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ଚଳଚ୍ଚିତ୍ର ପାଇଁ ବିଶେଷ ଓ କଠିନ ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳିଛି। ସେ ହାଇ ଅଲ୍‍ଟିଟ୍ୟୁଡ଼୍‍ ଟ୍ରେନିଙ୍ଗ୍‍ ନେଉଥିବା ଲେଖିଛନ୍ତି।

- Advertisement -

‘ଶେରଶାହ’ରେ ସିଦ୍ଧାର୍ଥ ଡବଲ୍‍ ରୋଲରେ ନଜର ଆସିବେ। ଏହି ଚଳଚ୍ଚିତ୍ର କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ କାହାଣୀ ଉପରେ ଆଧାରିତ। ଭାରତୀୟ ସେନାର ଯବାନ ବିକ୍ରମ ବତ୍ରାଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବିଷ୍ଣୁ ୱରଧାନ ବହନ କରିଛନ୍ତି। ଏହା ଆସନ୍ତା ବର୍ଷ ମୁକ୍ତିଲାଭ କରିବ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories