www.samajalive.in
Monday, December 8, 2025
14.1 C
Bhubaneswar

ନୂଆଖାଇ ପାଇଁ ଚଳଚଞ୍ଚଳ ବଲାଙ୍ଗୀର

ବଲାଙ୍ଗୀର:ଶୁକ୍ରବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଳିତ ହେବ। ଏହି ପର୍ବ କୁ ଧୁମଧାମରେ ପାଳନ କରିବା ପାଇଁ ବଲାଙ୍ଗୀରରେ ଜୋରଦାର ପ୍ରସ୍ତୁତି ସହ ଗାଁ ଠୁ ସହର ଚଞ୍ଚଳ ହୋଇଉଠିଛି। ଚଳିତ ବର୍ଷ ଚାଷ ଆରମ୍ଭ ରୁ ବର୍ଷାଭାବ ପରିସ୍ଥିତି ଦେଖାଦେଇଥିଲା କିନ୍ତୁ କିଛି ଲଗାଣ ବର୍ଷା ଯୋଗୁଁ ଚାଷ କାର୍ୟ୍ୟ ଠିକ ଚାଲିଥିବା ବେଳେ ଚାଷୀ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା ।ଗତ ୪ ବର୍ଷ ଧରି କ୍ରମାଗତ ଭାବେ ମରୁଡି ଯୋଗୁଁ ଚାଷୀ ନିରୁତ୍ସାହିତ ହୋଇଥିବା ବେଳେ ଚଳିତ ବର୍ଷର ବର୍ଷା ଲୋକଙ୍କ ମନରେ ନୂଆଖାଇ ପାଇଁ ଉତ୍ସାହ ଭରିଦେଇଛି । ବର୍ଷା ଭାବ ଯୋଗୁ ଏଥର ବଲାଙ୍ଗୀର ଅଞ୍ଚଳରେ ସରିଆ ଧାନ ଅମଳ କିମ୍ବା ଉତ୍ପାଦନ ହୋଇ ପାରିନଥିବା ବେଳେ ବାହାରୁ ବେପାରୀ ମାନେ ବଜାରରେ ଚଢା ଦରରେ ଧାନ ବିକ୍ରି କରି ମାଲେମାଲ ହେଉଥିବା ଦେଖା ଯାଇଛି। ବଙ୍ଗୋମୁଣ୍ଡା ,ଖପ୍ରାଖୋଲ ,ବେଳପଡା, ପାଟଣାଗଡ ଅଞ୍ଚଳରେ  କେତେକ ବେପାରି ଏହି ଧାନ ବିକୁଥିଲେ। ନୂଆଁଧାନ ସହିତ ମାଟିହାଣ୍ଡି, କୁଲା, ଖଡିକା, ନଡିଆ, କାକୁଡି ଫଳମୂଳ ଏବଂ ପନିପରିବା କିଣିବା ପାଇଁ ଜନସାଧାରଣ ଭିଡ ବଜାରରେ ଲାଗି ରହିଥିଲା। ପନିପରିବା ଦର ମହଙ୍ଗା ଥିଲେ ମଧ୍ୟ କିଣିବାକୁ ବାଧ୍ୟ ହୋଇଥିଲେ। ଦେଶୀ କଦଳୀ, ସାରୁ, ଝୁଡଙ୍ଗ ଆଦି ପନିପରିବା କିଣିବା ପାଇଁ ଗ୍ରାହକମାନେ ଆଗ୍ରହ ପ୍ରକାଶ କରିଥିଲେ। ଘରଦ୍ୱାର ସଫାସୁତୁରା କରିବା ସହିତ ଘର ଲିପାପୋଛା କାର୍ୟ୍ୟ ଆରମ୍ଭ ହୋଇଛି। ବାହାରେ ରହୁଥିବା ଲୋକ ଘରକୁ ଫେରିବା ଆରମ୍ଭ ହୋଇବା ବେଳେ ପରିବାର ରେ ଏଥିପାଇଁ ଆନନ୍ଦ ପ୍ରକାଶ ପାଇଛି। ରାଜ୍ୟ ବାହାରକୁ କାମ କରିବା ପାଇଁ ଯାଇଥିବା ଲୋକେ ଗାଁ କୁ ଫେରୁ ଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଧାନ ପାଇଁ ଲୋକେ ନିଜର ଅନ୍ୟର ଚାଷ ଜମି ରୁ ଧାନ ସଂଗ୍ରହ କରିନେଉଥିବା ବେଳେ ଏବେ ଧାନ ପାଇଁ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି।ଭାଇ ଚାରା ର ଏହି ପର୍ବ ରେ ଧାନ ଓ କୁରେଇ ପତ୍ର ,ରେଙ୍ଗାଲ ପତ୍ର ସଂଗ୍ରହ ର ଯେଉଁ ମଜା ଏବେ ଆଉ ଦେଖିବାକୁ ମିଳୁ ନାହିଁ।ଲୋକେ କାର୍ୟ୍ୟ ବ୍ୟସ୍ତତା ଆଳରେ ତଥା ଧାନ ଉତ୍ପାଦନର ଉତ୍କଟ ଯୋଗୁଁ ଲୋକେ ବାଧ୍ୟ ହୋଇ ନୂଆଁଖାଇ ଚୁଡା ପାଇଁ ଧାନ କିଣିବାକୁ ବାଧ୍ୟ ହେଉଛନ୍ତି। ଲୋକେ ପାରମ୍ପରିକ ପର୍ବ କୁ ପାଳନ କରିବା ପାଇଁ ବଙ୍ଗୋମୁଣ୍ଡା ତିହାରି ବଜାର, ଦୋକାନ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories