ପ୍ରଣବଙ୍କୁ ସାଢେ ତିନିଘଣ୍ଟା ଜେରା
ଭୁବନେଶ୍ୱର : ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପ୍ରବର୍ତନ ନିର୍ଦେଶାଳୟ (ଇଡି) ସେମାବାର ସାଢେ ତିନିଘଣ୍ଟା ଜେରା କରିଛି । ଆଜି ସେ ଇଡି ପାଖରେ ହାଜର ହୋଇଥିଲେ। ଧଳସାମନ୍ତ ଭ୍ରାତା ବା ଡି’ ବ୍ରଦର୍ସଙ୍କ ସହିତ ଲିଙ୍କ୍ ଘଟଣାରେ ପ୍ରବର୍ତନ ନିର୍ଦେଶାଳୟ ତାଙ୍କୁ ନୋଟିସ୍ କରିଥଲା । ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟରେ ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ପ୍ରାୟ ସାଢେ ୩ ଘଣ୍ଟା ଜେରା କରାଯାଇଥଲା । ସେଠାରୁ ବାହାରିବା ପରେ ସେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଇଡି ଯାହାସବୁ କାଗଜପତ୍ର ମାଗିଥିଲା ତାହା ସେ ଦାଖଲ କରିଛନ୍ତି ।
ସୂଚନା ଯୋଗ୍ୟ ଯେ ୨୦୦୫ରୁ ୨୦୧୦ ମଧ୍ୟରେ ପ୍ରଣବ ବଳବନ୍ତରାୟଙ୍କ ପରିଚାଳିତ ପରିବହନ କମ୍ପାନି ସହ ଡି’ ବ୍ରଦର୍ସଙ୍କ ହୋଇଥିବା କାରବାର ସମ୍ପର୍କିତ ସମସ୍ତ କାଗଜପତ୍ର ସାଙ୍ଗରେ ଆଣିବା ଲାଗି ନୋଟିସ ଦିଆଯାଇଥଲା ।