www.samajalive.in
Saturday, December 13, 2025
18.1 C
Bhubaneswar

‘ଆଣ୍ଡ୍ରେଟ୍ଟା’ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ କଳାର ଅନ୍ୟ ନାମ

ହିମାଚଳର ଧୋଲଧାର ପାହାଡ଼ରେ ସ୍ଥିତ ଏକ ଗ୍ରାମ ହେଉଛି ଆଣ୍ଡ୍ରେଟ୍ଟା ଯେଉଁଠାରେ ସୁନ୍ଦରତା ଓ ନିଜର କଳା ନିମନ୍ତେ ବହୁ ପ୍ରସିଦ୍ଧ ଅଟେ। ଏଠାରେ ପ୍ରକୃତିର ସୌନ୍ଦର୍ଯ୍ୟ ଏପରି ରହିଛି ଯେ, ଏହା ସ୍ୱର୍ଗ ସଦୃଶ ଲାଗିଥାଏ। ହିମାଚଳରେ ଏପରି ବହୁ ସ୍ଥାନ ରହିଛି ଯାହା ବିଷୟରେ ସମସ୍ତେ ହୁଏତ ଜାଣି ନଥିବେ। ଏହି ସ୍ଥାନର ସୁନ୍ଦରତା ଏବଂ ଶାନ୍ତି ଦୁନିଆର ସବୁ ସ୍ଥାନ ଠାରୁ ନିଆରା ଅଟେ।
ଏହି ସ୍ଥାନରେ ହସ୍ତକର୍ମ ଅଥାତ୍‍ ହାତରେ ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ, ଅନ୍ୟାନ୍ୟ ସୂକ୍ଷ୍ମ କାରୁକାର୍ଯ୍ୟ ନିମନ୍ତେ ମଧ୍ୟ ଏହା ବେଶ ପ୍ରସିଦ୍ଧ ଅଟେ। ଆଣ୍ଡ୍ରେଟ୍ଟାର ନିକଟରେ ପାଲମପୁର ସହର ରହିଛି। ଯାହା ସାରା ଦୁନିଆରେ ନିଜର ଚା’ ବଗିଚା ନିମନ୍ତେ ବେଶ ପ୍ରସିଦ୍ଧି ଲାଭ କରିଛି। ଏଠାରେ ବହୁ ଛୋଟ ଛୋଟ ନଦୀ ଓ ପାହାଡ଼ ରହିଛି। ତେଣୁ ଏଠାକାର ପରିବେଶ ସର୍ବଦା ଥଣ୍ଡା ରହେ। ଏହି ଥଣ୍ଡା ପରିବେଶ ଚା’ ବଗିଚା ପାଇଁ ଅନୁକୁଳ ଅଟେ। ଏହି ଆଣ୍ଡ୍ରେଟ୍ଟାର ନିକଟରେ ବହୁ ମନ୍ଦିର ମଧ୍ୟ ରହିଛି।
ବୈଜନାଥ ମନ୍ଦିର – ଏହା ଉତ୍ତର ଭାରତର ସବୁଠାରୁ ପୁରୁଣା ପ୍ରଭୁ ଶିବଙ୍କର ମନ୍ଦିର। ଅନ୍ୟ ଦିନ ଅପେକ୍ଷା ଶିବରାତ୍ରି ଓ ଅନ୍ୟ ପର୍ବ ମାନଙ୍କରେ ଏଠାରେ ଭକ୍ତଙ୍କ ବହୁ ଭିଡ଼ ଜମିଥାଏ।
ବ୍ରଜେଶ୍ୱରୀ ମନ୍ଦିର – ଐତିହାସିକ ମାନ୍ୟତା ଅନୁଯାୟୀ ଏହି ମନ୍ଦିର ନିଜର ବିଶାଳ ବୈଭବ ନିମନ୍ତେ ପ୍ରସିଦ୍ଧ ଅଟେ।
ଜ୍ୱାଲାମୁଖୀ ମନ୍ଦିର – ଭାରତର ୫୧ଟି ଶକ୍ତି ପୀଠରୁ ଏହି ଜ୍ୱାଲାମୁଖୀ ମନ୍ଦିର ଅଟେ। ଏଠାରେ ସୁଖଶାନ୍ତି ପ୍ରାପ୍ତି ହେବା ସହ ଜୀବନର ସମସ୍ତ ଦୁଃଖ ମଧ୍ୟ ଦୂର ହୋଇଥାଏ।
ଗମନାଗମନା ଦୃଷ୍ଟରୁ – ଆଣ୍ଡ୍ରେଟ୍ଟା ପାଲମପୁର ଠାରୁ ୧୩ କିଲୋମିଟର ଦୂରରେ ଅବସ୍ଥିତ। ଦିଲ୍ଲୀ କିମ୍ବା ଚଣ୍ଡୀଗଡ଼ ଠାରୁ ଏଠାକୁ ଯିବା ନିମନ୍ତେ ବସ୍‍ର ସୁବିଧା ରହିଛି।
ଟ୍ରେନରେ ଗଲେ ଏଠାକାର ନିକଟତମ ରେଳ ଷ୍ଟେସନ ପଠାନକୋର୍ଟ ଅଟେ। ସେଠାରୁ ଯେକୌଣସି ଘରୋଇ ଯାନରେ ମଧ୍ୟ ଯାଇହେବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories