www.samajalive.in
Sunday, December 14, 2025
16.1 C
Bhubaneswar

ପରଦାକୁ ଆସିଲା ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ସାହୋ’

ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ଶୁକ୍ରବାର(୩୦ ଅଗଷ୍ଟ) ମୁକ୍ତିଲାଭ କରିଛି। ଜବରଦସ୍ତ ଆକ୍ସନରେ ଭରପୁର ଏହି ଚଳଚ୍ଚିତ୍ରକୁ ନେଇ ଦେଶ ବିଦେଶରେ ଖୁବ୍‍ ଚର୍ଚ୍ଚା ଜାରି ରହିଛି। ସୁଜିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟ ଜିତୁଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଭାରତରେ ଆଜି ସର୍ବାଧିକ ୧୦ ହଜାର ପରଦାରେ ‘ସାହୋ’ ମୁକ୍ତିଲାଭ କରିଛି। ଏ କ୍ଷେତ୍ରରେ ‘ବାହୁବଳୀ-୨’ ଓ ରଜନୀକାନ୍ତଙ୍କ ‘୨.୦’ର ମଧ୍ୟ ରେକର୍ଡ ଭାଙ୍ଗିଛି ‘ସାହୋ’। ‘୨.୦’ ଓ ‘ବାହୁବଳୀ-୨’ ସାରା ବିଶ୍ୱରେ ଯଥାକ୍ରମେ ୧୦ ହଜାର ଓ ୯ ହଜାର ପରଦାରେ ମୁକ୍ତିଲାଭ କରିଥିଲା। ତେବେ ମୁକ୍ତିଲାଭର ପ୍ରଥମ ଦିନରେ ‘ସାହୋ’ ୭୫ କୋଟି ଟଙ୍କାର ରେକର୍ଡ଼ ଆୟ କରିବ ବୋଲି ନିର୍ମାତା ଓ ଚଳଚ୍ଚିତ୍ର ସମୀକ୍ଷକମାନେ ଆଶା ପୋଷଣ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଏଥିରେ ନୀଲ ନିତିନ ମୁକେଶ, ଜ୍ୟାକି ଶ୍ରଫ୍‌, ଚଙ୍କୀ ପାଣ୍ଡେ ଓ ମହେଶ ମାଞ୍ଜରେକର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories