www.samajalive.in
Saturday, December 13, 2025
23.1 C
Bhubaneswar

ବସ୍‍ ଦୁର୍ଘଟଣାରେ ୨୫ରୁ ଉର୍ଦ୍ଧ ଶ୍ରମିକ ଆହାତ

ଯୋଡା :ଯୋଡା ବ୍ଲକ ବାମେବାରୀ ଥାନା ଅନ୍ତର୍ଗତ ଟାଟା କମ୍ପାନୀର ଖଣ୍ଡବନ୍ଧ ଖଣିର ନବୀକରଣ କାର୍ୟ୍ୟରେ ନିୟୋଜିତ ଟିପିଏଲ ଠିକା ସଂସ୍ଥାର ଶ୍ରମିକଙ୍କ ପରିବହନ ନିମନ୍ତେ ଅବସ୍ଥାପିତ ବସ୍‍ ନମ୍ବର ଓଡି ୦୫ ଭି ୬୪୦୫ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୨୫ରୁ ଉର୍ଦ୍ଧ ଶ୍ରମିକ ଆହତ ହୋଇଥିବାର ଖବର ମିଳିଥିବା ସମୟରେ ଏମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ରୂପେ ଆହତ ହୋଇ ସ୍ଥାନୀୟ ଟାଟା ଷ୍ଟିଲ୍‍ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଜଣାପଡିଛି। କ୍ଷମତା ଠାରୁ ଅଧିକ ଶ୍ରମିକ ବୋଝେଇ କରି ନଟରାଜ ନାମକ ସମ୍ପୃକ୍ତ ବସ୍‍ ଯୋଡା ରୁ ଖଣ୍ଡବନ୍ଧ ଖଣି ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଗତ ଫେବୃଆରୀ ମାସ ୧୨ ତାରିଖ ଦିନ ସମ୍ପୃକ୍ତ ଠିକା ସଂସ୍ଥାର ଖଣ୍ଡବନ୍ଧ ନିକଟରେ ସମାନ କାରଣରୁ ବସ୍‍ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ଏବଂ ଏହି ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ ଶ୍ରମିକ ଆହତ ହୋଇଥିଲେ ମଧ୍ୟ ଠିକା ସଂସ୍ଥା କର୍ତ୍ତୁପକ୍ଷଙ୍କ ଏନେଇ ଚେତା ପଶୁ ନଥିବାର ଅଭିଯୋଗ ହୋଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories