www.samajalive.in
Saturday, December 13, 2025
23.1 C
Bhubaneswar

ବନୀକରଣ ଲାଗି କାମ୍ପା ପାଣ୍ଠିରୁ ୪୭,୪୩୬ କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ବନୀକରଣ ଲାଗି କେନ୍ଦ୍ର ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (କାମ୍ପା) ଯୋଜନା ଅଧୀନରେ ୪୭,୪୩୬ କୋଟି ଟଙ୍କା ଜାରି କରିଛନ୍ତି। ଦେଶରେ ବନୀକରଣକୁ ପ୍ରୋତ୍ସାହନ ଏବଂ ସବୁଜ ଲକ୍ଷ୍ୟ ହାସଲ ଦିଗରେ ଏକ ବୃହତ ପଦକ୍ଷେପ ସ୍ୱରୂପ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଗୁରୁବାର ଏହି ଅର୍ଥରାଶି ରାଜ୍ୟଗୁଡ଼ିକୁ ପ୍ରଦାନ କରିଥିଲେ। ଦେଶର ୨୭ଟି ରାଜ୍ୟକୁ ଜାରି ହୋଇଥିବା ଉପରୋକ୍ତ ପରିମାଣର ଅର୍ଥରାଶି ମଧ୍ୟରୁ ଓଡ଼ିଶାକୁ ସର୍ବାଧିକ ୫୯୩୩.୯୮କୋଟି ଟଙ୍କା ଦିଆଯାଇଛି। ଏହି ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ଉପସ୍ଥିତ ଥିଲେ। ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ଏକ ବୈଠକ ଅବସରରେ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡ଼େକର କହିଥିଲେ ଯେ, ବନୀକରଣ ଲାଗି ରାଜ୍ୟ ବଜେଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ହସ୍ତାନ୍ତର ହୋଇଥିବା ଅର୍ଥରାଶି ରାଜ୍ୟ ବଜେଟ ଅତିରିକ୍ତ ହେବ।
ସବୁରାଜ୍ୟ ଏହି ଅର୍ଥରାଶିକୁ ବନୀକରଣ କାର୍ଯ୍ୟକଳାପରେ ସୁବିନିଯୋଗ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଫଳରେ ଜଙ୍ଗଲ ଓ ବୃକ୍ଷର ଘନତ୍ୱ ବୃଦ୍ଧି ଲାଗି ଜାତୀୟସ୍ତରରେ ଧାର୍ଯ୍ୟ ଯୋଗଦାନ(ଏନଡିସି) ଲକ୍ଷ୍ୟ ହାସଲରେ ଏହା ସହାୟକ ହୋଇପାରିବ। ବ୍ୟାପକ ବନୀକରଣ ଦ୍ୱାରା ୨୦୩୦ ସୁଦ୍ଧା ୨.୫ରୁ ୩ ବିଲିୟନ ଟନ ଅଙ୍ଗାରକାମ୍ଳ ଅବଶୋଷଣ ସମ୍ଭବ ହୋଇପାରିବ। କାମ୍ପା ପାଣ୍ଠିରୁ ମିଳୁଥିବା ଅର୍ଥର ଉପଯୋଗ ଦରମା ପରିଶୋଧ, ଯାତ୍ରା ଭତା, ଚିକିତ୍ସା ବ୍ୟୟ ଆଦି ଲାଗି କରାଯାଇପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଜୋର ଦେଇ କହିଥିଲେ।

ପରିବେଶ ପରିସଂସ୍ଥାନରେ ସୁଧାର ଲାଗି ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ଶ୍ରୀ ଜାଭଡ଼େକର କହିଥିଲେ ଯେ କ୍ଷତିପୂରଣ ବନୀକରଣ, ନଦୀ ଶଯ୍ୟା କ୍ଷେତ୍ରର ଉପଚାର, ବନ୍ୟପ୍ରାଣୀ ପରିଚାଳନା, ଜଙ୍ଗଲ ନିଆଁର ନିୟନ୍ତ୍ରଣ, ଜଙ୍ଗଲରେ ମୃତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟ, ବନ୍ୟ ଜୀବ ବାସସ୍ଥଳୀରେ ସୁଧାର, ଜୈବବିବିଧତା ଏବଂ ଜୈବ ସମ୍ବଳ ପରିଚାଳନା, ବନୀକରଣ କ୍ଷେତ୍ରରେ ଗବେଷଣା ଏବଂ କାମ୍ପା କାର୍ଯ୍ୟର ଅନୁଧ୍ୟାନ ଆଦି ଗୁରୁତ୍ୱପୂର୍ଣ୍ଣ ଗତିବିଧିରେ ମଧ୍ୟ ଏହି ପାଣ୍ଠିର ଉପଯୋଗ କରାଯାଇପାରିବ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories