www.samajalive.in
Sunday, December 14, 2025
17.1 C
Bhubaneswar

ବାହାରିଲା ମାଟ୍ରିକ୍‍ ପରୀକ୍ଷା ଫଳ, ପାସ୍‍ ହାର ୭୬.୨୩%

ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ଗତବର୍ଷ ତୁଳନାରେ ପାସ୍‍ ହାର କମିଛି

ପାସ୍‍ ହାରରେ ବାଲେଶ୍ୱର ଜିଲା ସବୁଠାରୁ ଆଗରେ

ମାଲକାନଗିରି ଜିଲା ସବୁଠାରେ ପଛରେ

୩୬ ସ୍କୁଲ୍‍ରେ ପାସ୍‍ ହାର ଶୂନ, ୪୨୯ ସ୍କୁଲ୍‍ରେ ପାସ୍‍ ହାର ଶତ ପ୍ରତିଶତ

ମଧ୍ୟମା ପାସ୍‌ ହାର ୯୨.୪୭ ପ୍ରତିଶତ

ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାସ୍‌ ହାର ୪୧.୯୩ ପ୍ରତିଶତ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ମାଟ୍ରିକ୍‍ରେ ଚଳିତ ବର୍ଷ ପାସ୍‍ ହାର ୭୬.୨୩% ହୋଇଛି। ମଧ୍ୟମାରେ ପାସ୍‍ ହାର ୯୨.୪୭% ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ପାସ୍‍ ହାର ୪୧.୯୩% ହୋଇଛି। ଆଜି କଟକ ସ୍ଥିତ ପରିସର କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମାଟ୍ରିକ୍‍ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଅପରାହ୍ଣ ୨ଟା ସୁଦ୍ଧା ଓଏମ୍‍ଆର ଫଳ ଉପଲବ୍ଧ ହେବ ବୋଲି ପରିଷଦ କର୍ତ୍ତୃପକ୍ଷ କହିଛନ୍ତି।

ଚଳିତ ବର୍ଷ ୫,୯୦,୩୬୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ୧୩,୯୬୯ ଜଣ ଅନୁପସ୍ଥିତ ଥିବା ବେଳେ ୧,୩୩୨ ଜଣଙ୍କୁ ମାଲ୍‍ପ୍ରାକ୍ଟିସ୍‍ ପାଇଁ ବୁକ୍‍ କରାଯାଇଥିଲା ବା କପି କରୁଥିବା ବେଳେ ଧରାପଡ଼ିଥିଲେ। ଜଣଙ୍କ ଫଳ ସ୍ଥଗିତ ରଖାଯାଇଛି। ଏହି ହିସାବରେ ମୋଟ୍‍ ୫, ୭୫,୦୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪,୩୮, ୩୪୮ ଜଣ ପାସ୍‍ କରିଥିବା ବେଳେ ୧,୩୬,୭୧୭ ଜଣ ଫେଲ୍‍ ହୋଇଛନ୍ତି। ୧୭୧୫ ଜଣ ଏ ୧(୯୦%ରୁ ଅଧିକ) ଗ୍ରେଡ୍‍ ପାଇଥିବା ବେଳେ ୧୫, ୬୮୯ ଜଣ ଏ ୨(୮୦%-୯୦%) ଗ୍ରେଡ୍‍ରେ, ୩୯,୨୫୨ ଜଣ ବି ୧(୭୦%-୮୦%) ଗ୍ରେଡ୍‍ରେ, ୬୮,୦୦୯ ଜଣ ବି ୨(୬୦%-୭୦%) ଗ୍ରେଡ୍‍ରେ ପାସ୍‍ କରିଛନ୍ତି। ସି (୬୦%-୫୦%)ଗ୍ରେଡ୍‍ରେ ୯୮, ୯୪୭ ଜଣ ପାସ୍‍ କରିଥିବା ବେଳେ ଡି (୫୦% – ୪୦%) ଗ୍ରେଡ୍‍ରେ ୧,୨୭, ୨୪୩ ଜଣ ପାସ୍‍ କରିଛନ୍ତି। ଇ (୪୦% – ୩୦%) ଗ୍ରେଡ୍‍ରେ ୮୭,୨୭୯ ଜଣ ରହିଛନ୍ତି। ୧,୨୪, ୬୬୫ ଜଣ ୬୦%ରୁ ଅଧିକ ନମ୍ବର ରଖି ପାସ୍‍ କରିଛନ୍ତି। ୪୨୯ ସ୍କୁଲ୍‍ରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‍ କରିଛନ୍ତି। ୩୬ଟି ସ୍କୁଲ୍‍ରେ ପରୀକ୍ଷା ଫଳ ଶୂନ ରହିଛି। ଅର୍ଥାତ୍‍ ସେହି ସ୍କୁଲ୍‍ରୁ କୌଣସି ଛାତ୍ରଛାତ୍ରୀ ପାସ କରିନାହାନ୍ତି। ଗତ ବର୍ଷ ୨୨ଟି ସ୍କୁଲ୍‍ରେ ପାସ୍‍ ହାର ଶୂନ ରହିଥିଲା।

- Advertisement -

ଏଥର ମଧ୍ୟ ପାସ୍‍ ହାରରେ ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକାଇଛନ୍ତି। ୨,୨୨,୦୪୩ ଜଣ ଛାତ୍ରୀ ପାସ୍‍ କରିଥିବା ବେଳେ ୨,୧୬, ୩୦୫ ଜଣ ଛାତ୍ର ପାସ୍‍ କରିଛନ୍ତି। ବାଲେଶ୍ୱର ଜିଲାରେ ପାସ୍‍ ହାର ସର୍ବାଧିକ ୮୮. ୧୫ ପ୍ରତିଶତ ରହିଥିବା ବେଳେ ମାଲକାନଗିରିରେ ପାସ୍‍ ହାର ସର୍ବନିମ୍ନ ୫୯.୩୨ ପ୍ରତିଶତ ରହିଛି।

ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ପାସ୍‍ ହାର କମିଯାଇଛି। ଗତ ବର୍ଷ ପାସ୍‍ ହାର ୮୩.୨୭% ରହିଥିଲା। ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ କରିବା ଗ୍ରହଣ କରଯାଇଥିବା କେତେକ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ପାସ୍‍ ହାର କମ୍‍ ଥିବା ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।
ଛାତ୍ରଛାତ୍ରୀମାନେ www.bseodisha.ac.in କିମ୍ବା www.bseodisha.nic.inରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ଏଥିସହିତ ଏସ୍‍ଏମ୍‍ଏସ୍‍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଏଥପାଇଁ OR୧୦ – ରୋଲ୍‍ ନଂ ଲେଖି ୫୬୭୬୭୫୦କୁ ଏସ୍‍ଏମ୍‍ଏସ୍‍ କରିବାକୁ ପଡ଼ିବ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories