www.samajalive.in
Saturday, December 13, 2025
23.1 C
Bhubaneswar

ରନୱେରେ ଜଳିଗଲା ଟ୍ରେନି ବିମାନ, ପାଇଲଟ ସୁରକ୍ଷିତ

ଆଲିଗଡ଼ : ଉତ୍ତରପ୍ରଦେଶ ଆଲିଗଡ଼ରେ ମଙ୍ଗଳବାର ସକାଳେ ଏକ ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। କୁହାଯାଉଛି ଯେ ଅବତରଣ ବେଳେ ବିମାନ ଚକା ତାରରେ ଫସିଯାଇଥିଲା। ଫଳରେ ବିମାନରେ ନିଆଁ ଲାଗିଯାଇଥିଲା।

ବିମାନଟି ଜଳିଯିବା ପୂର୍ବରୁ ୨ ପାଇଲଟ ସମେତ ୬ ଜଣ ଲୋକ ସୁରକ୍ଷିତ ଭାବେ ବାହାରିଯାଇଥିଲେ। ଘଟଣାସ୍ଥଳରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁସାରେ ଏକ ଘରୋଇ ଆଭିଏଶନ କମ୍ପାନୀ ଟ୍ରେନର ବିମାନକୁ ମରାମତି ପାଇଁ ଦିଲ୍ଲୀରୁ ଆଲିଗଡ଼ ଅଣାଯାଇଥିଲା। ବିମାନରେ ଦୁଇ ପାଇଲଟ ସମେତ ଅନ୍ୟ ୪ ଜଣ କର୍ମଚାରୀ ଥିଲେ। ଅବତରଣ କରୁଥିବାବେଳେ ନିର୍ମାଣଧୀନ ରନୱେରେ ପଡିଥିବା ବିଦ୍ୟୁତ ତାରରେ ବିମାନର ଚକା ଫସିଯାଇଥିଲା। ଏଥିରେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନଟି ଜଳିଯାଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories