www.samajalive.in
Wednesday, December 10, 2025
14.1 C
Bhubaneswar

ଅବଲୁପ୍ତ କଳା ଜଉ କଣ୍ଢେଇ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୟୁରଭଞ୍ଜ ମହାରାଜା

ସୁଆଣ୍ଡୋ: ଅବଲୁପ୍ତ ବାଲେଶ୍ୱରୀ ଲୋକକଳା ଜଉ କଣ୍ଢେଇ ଶିଳ୍ପୀ କେଶୁ ଦାସଙ୍କୁ ମୟୁରଭଞ୍ଜ ମହାରାଜା ସମ୍ବର୍ଦ୍ଧିତ କରିଛନ୍ତି । ମୟୁରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ବେଲଗଡିଆ ସ୍ଥିତ ରାଜ ପ୍ରାସାଦରେ ଚାରିଦିନ ଧରି ଏହି ପ୍ରଦର୍ଶନୀ ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା । କୃତକାର୍ଯ୍ୟ ହୋଇଥିବା ଦଶ ଜଣ ଶିଳ୍ପୀ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ପ୍ରଦର୍ଶନୀରେ କେଶୁ ଦାସ ଶ୍ରେଷ୍ଠ ବିବେଚିତ ହୋଇଥିଲେ । ମହାରାଜା ପ୍ରବୀର ଭଞ୍ଜଦେଓ ଏବଂ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଶ୍ରୀ ଦାସଙ୍କୁ ଉତ୍ତରୀୟ, ଫୁଲତୋଡା, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମହାରାଜା ଓ ମହାରାଣୀଙ୍କୁ ଟୁସୁ କନିଆ ଉପହାର ଦିଆଯାଇଥିଲା । ସୂଚନାଯୋଗ୍ୟ ବାଲେଶ୍ୱର ରେ ପ୍ରତିବର୍ଷ ପାଳିତ ହେଉଥିବା ଲୋକକଥାର ନାୟିକା ଟୁସୁଙ୍କୁ କନିଆଁ ଭାବେ ଗ୍ରହଣ କରି ମୟୁରଭଞ୍ଜର ଲୋକ ସଂସ୍କୃତି ସହ ମିଳନ କରାଇ ଭାଇଚାରା ରକ୍ଷା ପାଇଁ ପ୍ରୟାସ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆୟୋଜିତ ବାହାଘର ଶୋଭାଯାତ୍ରାରେ ମହାରାଜା, ମହାରାଣୀଙ୍କ ସହିତ ଶିଳ୍ପୀ ଓ ସହସ୍ରାଧିକ ଲୋକ ଯୋଗ ଦେଇଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories