www.samajalive.in
Tuesday, December 9, 2025
26.1 C
Bhubaneswar

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା ଦୂର ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସରକାର ୬୬୪୬ଟି ନୂତନ ନଳକୂପ ନିର୍ମାଣ କରୁଛନ୍ତି ବୋଲି ମଙ୍ଗଳବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି, ରାଜ୍ୟରେ ମୋଟ ୫ ଲକ୍ଷ ୨୭ ହଜାର ୬୯୪ଟି ନଳକୂପ କାର୍ଯ୍ୟକ୍ଷମ ଅଛି। ଏହାବ୍ୟତୀତ ୬୬୪୬ଟି ନୂତନ ନଳକୂପ ନିର୍ମାଣ କରାଯାଉଛି। ଯାଜପୁରରେ ସର୍ବାଧିକ ୧୧୨୧ ନଳକୂପ ଖନନ କରାଯାଉଥିବା ବେଳେ କନ୍ଧମାଳରେ ୮୦୫ଟି ନଳକୂପ ଖନନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

- Advertisement -

ମନ୍ତ୍ରୀ ଆହୁରି କହିଛନ୍ତି, ୮୮.୬୬ ଲକ୍ଷ ପରିବାର ମଧ୍ୟରୁ ୬୮.୩୬ ଲକ୍ଷ ପରିବାରରେ ପାନୀୟଜଳ ପହଁଚିଛି। ଯାହା ମୋଟ ପରିବାରର ୭୭ ପ୍ରତିଶତ। ରାଜ୍ୟର ୧୫ ହଜାର ୪୨୦ ଗ୍ରାମରେ ସିଙ୍ଗଲ ଓ ମଲ୍ଟି ପ୍ରୋଜେକ୍ଟ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ପରିବାର ସହ ପ୍ରତିଷ୍ଠାନ ଗୁଡିକୁ ମଧ୍ୟ ପାନୀୟ ଜଳ ଦିଆଯାଉଛି। ପୂର୍ବ ସରକାର କେବଳ ବସୁଥିଲେ। ଆମେ ଲକ୍ଷ୍ୟ ରଖିଛୁ, ଶୀଘ୍ର ପ୍ରକଳ୍ପ ସମାପ୍ତ କରି ଉଦଘାଟନ କରିବୁ। କେହି ଖରାପ କାମ କରୁଥିଲେ ଦଣ୍ଡ ଦେବୁ।

 

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories