ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଭବାନୀପାଟଣାରେ ୧୨ ଘଣ୍ଟା ଅଫିସ ବନ୍ଦ
କଳାହାଣ୍ଡି : କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସୋମବାର ଜୋର ଧରିଥିବା ଜଣାପଡ଼ିଛି। ଏହି କାରଣରୁ ଭବାନୀପାଟଣାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟା ଅଫିସ ବନ୍ଦ ଡ଼ାକରା ଦିଆଯାଇଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଏହି ୧୨ ଘଣ୍ଟା ବନ୍ଦ ଡ଼ାକରା ଦିଆଯାଇଛି।
Comments are closed.