www.samajalive.in
Friday, December 12, 2025
27.1 C
Bhubaneswar

ପାକିସ୍ତାନରେ ଫଶି ରହିଛନ୍ତି ୫୦ ଭାରତୀୟ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍‌ଝୌତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ ହେବା ପରେ ପ୍ରାୟ ୫୦ ଜଣ ଭାରତୀୟ ପାକିସ୍ତାନରେ ଫଶି ରହିଥିବା ସୂଚନା ମିଳିଛି । ଏମାନେ ସବୁ ଗୁଜରାଟର ଗୋଧ୍ରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ପାକିସ୍ତାନରୁ ଫେରାଇ ଆଣିବା ପାଇଁ ସେମାନଙ୍କ ପରିବାରଲୋକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସମାଜସେବୀ ହାଜି ଫିରଦୌସଙ୍କ କହିବା ଅନୁଯାୟୀ, ଗୋଧ୍ରାରେ ବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ୮୦ ଜଣ ଲୋକ ନିଜ ସର୍ମ୍ପକୀୟମାନଙ୍କୁ ଭେଟିବା ପାଇଁ ପାକିସ୍ତାନ ଯାଇଥିଲେ । ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା କାରଣରୁ ସେମାନେ ସେଠାରେ ଫଶି ରହିଛନ୍ତି । ସେମାନଙ୍କୁ ପାକିସ୍ତାନରୁ ଫେରାଇ ଆଣିବାରେ କେନ୍ଦ୍ର ସରକାର ସାହାଯ୍ୟ କରୁନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ସମ୍‌ଝୌତା ଏକ୍ସପ୍ରେସ୍‌ ଦିଲ୍ଲୀରୁ ଅଟାରୀ ସୀମା ଦେଇ ଲାହୋରରେ ପହଞ୍ଚିଥାଏ । ଏହି ଟ୍ରେନ୍‌ ସପ୍ତାହରେ ଦୁଇ ଥର ଭାରତରୁ ପାକିସ୍ତାନ ଯାଇଥାଏ । ୧୯୭୭ରେ ଦୁଇ ଦେଶ ମଧ୍ୟରେ ଶିମଲା ସମ୍‌ଝୌତା ଏକ୍ସପ୍ରେସ୍‌ ଚୁକ୍ତି ସ୍ବାକ୍ଷର ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । କିନ୍ତୁ ଭାରତ ସରକାର କାଶ୍ମୀର ଉପରୁ ୩୭୦ ଧାରା ଉଚ୍ଛେଦ କରିବା ପରେ ପାକିସ୍ତାନ ସମ୍‌ଝୌତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲା।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories