ହଂକଂ ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ଼

ହଂକଂ : ଚୀନ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ଗଠନ ଦାବିରେ ଆନ୍ଦୋଳଚନ ଚଳାଇଥିବା ହଂକଂର ବିକ୍ଷୋଭକାରୀଙ୍କ ଉପରେ ରବିବାର ପାଣି ଓ ଗୁଳିମାଡ ହୋଇଛି। ସ୍ବାଧୀନତା ଦାବିରେ ହଂକଂରେ ତିନିମାସ ହେଲା ବିକ୍ଷୋଭ ଚାଲିଥିବାବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଥମ କରି ବଳ ପ୍ରୟୋଗ କରିଛି। ତେବେ ପୁଲିସ ଗୁଳିରେ କେହି ମୃତ କିମ୍ବା ଆହତ ହୋଇ ନଥିବା ଜଣାଯାଇଛି। ହଂକଂ ଏବେ ଏକ ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ ଭାବେ ରହିଥିବାବେଳେ ଏହାକୁ ଚୀନରେ ସମ୍ପୂର୍ଣ୍ଣ ମିଶ୍ରଣ କରିବାକୁ ଚୀନ ସରକାର ଯୋଜନା ଚଳାଇଛନ୍ତି। ତେବେ ହଂକଂବାସୀ ଏହାକୁ ବିରୋଧ କରିବା ସହିତ ସମ୍ପୂର୍ଣ୍ଣ ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ପାଇଁ ଦାବି ପୂର୍ବକ ବିକ୍ଷୋଭ ଚଳାଇଛନ୍ତି।

kalyan agarbati

Comments are closed.