www.samajalive.in
Thursday, December 11, 2025
14.1 C
Bhubaneswar

ସ୍ନାପଡ଼୍ରାଗନ ପ୍ରୋସେସର ଥିବା ନୋକିଆର ଏହି ଦୁଇଟି ଫୋନରେ ମିଳିବ ରିଆତି

ନୂଆଦିଲ୍ଲୀ : ଏବେଠାରୁ ଭାରତରେ ନୋକିଆର ଦୁଇଟି ଫୋନରେ ରିଆତି ମିଳିବ। ଗୋଟିଏ ନୋକିଆ ୭.୧ ହୋଇଥିବାବେଳେ ଅନ୍ୟଟି ନୋକିଆ ୬.୧ପ୍ଲସ ଫୋନ ହୋଇଥିବା ଜଣାପଡିଛି। ରିଆତି ପରେ ନୋକିଆ ୭.୧ ୧୭ହଜାର ୯ଶହ ୯୯ଟଙ୍କା ମୂଲ୍ୟର ଫୋନକୁ ୧୨,୯୯୯ଟଙ୍କାରେ କିଣିପାରିବେ। ସେହିପରି ନୋକିଆ ୬.୧ପ୍ଲସ ଫୋନର ମୂଲ୍ୟ ୧୧ହଜାର ୯୯୯ଟଙ୍କା ରହିଛି।

ନୋକିଆ ୬.୧ପ୍ଲସର ବିଶେଷତ୍ବ

- Advertisement -

ଏହାର ବିଶେଷତ୍ବ ବିଷୟରେ କହିଲେ ଏଥିରେ ଆଣ୍ଡ୍ରଏଡ ଓରିଓ ୮.୧, ଡୁଆଲ ସିମ ସପୋର୍ଟ ଏବଂ ୫.୮ଇଞ୍ଚର ଫୁଲ ଏଚଡି ପ୍ଲସ ଡ଼ିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୧୦୮୦/୨୨୮୦ ପିକ୍ସଲ ରହିଛି। ଏବଂ ଏହା ଉପରେ କନିଙ୍ଗ ଗରିଲା ଗ୍ଲାସ ୩ର ସୁରକ୍ଷା ଦିଆଯାଇଛି। ଏହାବ୍ୟତୀତ ଫୋନରେ କ୍ବାଲାକମର ଅକ୍ଟାକୋର ସ୍ନାପଡ୍ରାଗନ ୬୩୬ପ୍ରୋସେସର, ଗ୍ରାଫିକ୍ସ ପାଇଁ ଆଡ୍ରେନୋ ୫୦୯, ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ରହିଛି। ଯାହାକୁ ୪୦୦ଜିବି ପର୍ଯ୍ୟନ୍ତ ବଢାଇପାରିବେ।

pic courtesy-91mobiles

ନୋକିଆ ୭.୧ର ବିଶେଷତ୍ବ

ଫୋନର ବିଶେଷତ୍ବ ବିଷୟରେ କହିଲେ ଏଥିରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିଓର ଏଣ୍ଡ୍ରାଏଡ ୱାନ ଭର୍ସନ ମିଳିବ। ୫.୮୪ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୧୦୮୦/୨୨୮୦ ପିକ୍ସଲ ଏବଂ ଆଶପେକ୍ଟ ରେଶିଓ ୧୯:୯। ଡିସପ୍ଲେ ଉପରେ କନିଙ୍ଗ ଗରିଲା ଗ୍ଲାସ ୩ର ସୁରକ୍ଷା ଦିଆଯାଇଛି। ଫୋନରେ କ୍ବାଲାକମର ସ୍ନାପଡ଼୍ରାଗନ୍ ୬୩୬ପ୍ରୋସେସର, ୪ଜିବି ରାମ ଏବଂ ୬୪ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୪୦୦ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଫୋନରେ ଡୁଆଲ ରିୟର କ୍ୟମାରୋ ସେଟଅପ୍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ସେହିଭଳି ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲର ଦିଆଯାଇଛି। ନୋକିଆ ୭.୧ରେ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କଲା ଭଳି ୩୦୬୦ଏମ୍ଏଚର ବ୍ୟାଟେରୀ ରହିଛି। କ୍ୟାମେରା ସହିତ ଟୁ ଫେସ୍ ଡ଼ିଟେକସନ୍ ଏବଂ ଜେଏସ୍ ଅକ୍ଟିକସ୍ ଦିଆଯାଇଛି। ଫୋନରେ ୩୦୬୦ଏମ୍ଏଚ୍ ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହା ସହିତ ୧୮ୱାଟର ଚାର୍ଜର ମଧ୍ୟ ମିଳିବ। ସଂଯୋଗ ପାଇଁ ଫୋନରେ ଟିପଚିହ୍ନ ସେନସର, ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୫.୦, ଜିପିଏସ୍, ଏନଏଫସି, ୟୁଏସବି ଟାଇପ୍ ସି ଏବଂ ୩.୫ଏମ୍ଏମର ହେଡଫୋନ ଜ୍ୟାକ୍ ମିଳିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories