www.samajalive.in
Friday, December 12, 2025
26.1 C
Bhubaneswar

ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା, ଆଗୁଆ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ମିଳିଛି। ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବଦେନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେବା ସହିତ ଏହା ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯଦି କୌଣସି ତଦନ୍ତକାରୀ ସଂସ୍ଥା କୌଣସି ଅଭିଯୁକ୍ତ ବିରୋଧରେ ତଦନ୍ତ କରୁଛି ଏବଂ ତାଙ୍କୁ ଗିରଫ କରୁଛି, ତେବେ ତାଙ୍କର ଆଗୁଆ ଜାମିନ ଆବଦେନ ଆପେ ଆପେ ପ୍ରଭାବହୀନ ହୋଇଯାଇଥାଏ। ଯଦି ଆପଣ ଜାମିନ ଚାହୁଁଛନ୍ତି, ତା’ହେଲେ ସେଥିପାଇଁ ଉପଯୁକ୍ତ କୋର୍ଟକୁ ଯାଆନ୍ତୁ। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଚିଦାମ୍ବରମଙ୍କ ପାଇଁ ଅଡୁଆ ବଢ଼ିଯାଇଛି। ଫଳରେ ସେ ଏବେ ସିବିଆଇ ହାଜତରେ ରହିବେ।

ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ସିବିଆଇ ଗତ ୨୧ ତାରିଖରେ ଗିରଫ କରିଥିଲା। ସିବିଆଇ ବ୍ୟତୀତ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ବି ଏହି ମାମଲାର ତଦନ୍ତ କରୁଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories