www.samajalive.in
Saturday, December 13, 2025
23.1 C
Bhubaneswar

ଅଶ୍ବିନ୍‌ ପ୍ରଥମ ଟେଷ୍ଟରେ ନ ଖେଳିବା ନେଇ ଗାଭାସ୍କର ଚକିତ

ଆଣ୍ଟିଗ୍ବା  : ଭ୍ରମଣକାରୀ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଚୂଡ଼ାନ୍ତ ଭାରତୀୟ ଏକାଦଶରେ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ସ୍ଥାନ ନ ପାଇବା ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କୁ ଚକିତ କରିଛି। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଜଣେ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛି। ଅଶ୍ବିନ୍‌ ଓ କୁଲଦୀପ ଯାଦବଙ୍କୁ ପଛରେ ପକାଇ ରବୀନ୍ଦ୍ର ଜାଡେଜା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି।

ଟେଷ୍ଟ ମ୍ୟାଚ୍‌ ସମୟରେ ଭାଷ୍ୟକାର ଭାବେ ଦାୟିତ୍ବ ନିର୍ବାହ କରୁଥିବା ସୁନୀଲ ଗାଭାସ୍କର ନିଜ ପ୍ରତିକ୍ରିୟାରେ କହିଥିଲେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଶ୍ବିନ୍‌ଙ୍କ ରେକର୍ଡ ବେଶ୍ ଭଲ ହୋଇଥିବା ବେଳେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ମିଳିବା ଆଶ୍ଚର୍ଯ୍ୟଜନକ। ଅଶ୍ବିନ୍‌ଙ୍କ ବଲ୍‌ର ମୁକାବିଲା କରିବାରେ ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ୍‌ମାନେ ସର୍ବଦା ଅସୁବିଧାର ସମ୍ମୁଖୀନ ହେଉଥିବାର ନଜିର ରହିଥିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲେ ଭଲ ହୋଇଥାନ୍ତା।
ଅନ୍ୟପକ୍ଷରେ ଅଶ୍ବିନ୍‌ଙ୍କୁ ପ୍ରଥମ ଟେଷ୍ଟ ନିମନ୍ତେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାନଯିବା ପାଇଁ ଦଳୀୟ ମ୍ୟାନେଜମେଣ୍ଟ ତରଫରୁ ନିଆଯାଇଥିବା ନିଷ୍ପତ୍ତିକୁ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ସଠିକ୍‌ ବୋଲି ଦର୍ଶାଇଛନ୍ତି। ୱେଷ୍ଟଇଣ୍ଡିଜର ପିଚ୍‌କୁ ଦେଖି ଜଣେ ସ୍ପିନରଙ୍କୁ ଖେଳାଇବାକୁ ନିଷ୍ପତ୍ତି ହୋଇଥିଲା। ଜାଡେଜା ବୋଲିଂ ସହ ବ୍ୟାଟିଂ କରିବାରେ ଅନ୍ୟ ସ୍ପିନରଙ୍କ ଠାରୁ ଆଗୁଆ ଥିବାରୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଗଲା ବୋଲି ରାହାଣେ ସ୍ପଷ୍ଟ କରି ଦେଇଛନ୍ତି। ଅଶ୍ବିନ୍‌ ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍‌ ଦେବା ନିଷ୍ପତ୍ତି ମ୍ୟାନେଜମେଣ୍ଟ ପାଇଁ ବେଶ୍‌ କଷ୍ଟକର ଥିଲା। ତେ​‌େ​‌ବ ଦଳର ସ୍ବାର୍ଥକୁ ଦୃଷ୍ଟିରେ ରଖି ମ୍ୟାନେଜମେଣ୍ଟ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲା ବୋଲି ରାହାଣେ ମତ ଦେଇଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories