www.samajalive.in
Monday, December 15, 2025
27.1 C
Bhubaneswar

ପୁଣି ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ; ଜଣେ ଯବାନ ସହିଦ, ୪ ଆହତ

ଜମ୍ମୁ: ପାକିସ୍ତାନ ସେନା ପକ୍ଷରୁ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି ।

ପୁଞ୍ଚ ଜିଲର କୃଷ୍ଣ ଘାଟି ସେକ୍ଟରରେ ମଙ୍ଗଳବାର ସକାଳ ୧୧ଟାରେ ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା ନିକଟରେ ଅତର୍କିତ ଭାବେ ଗୋଳାବାରୁଦ ବର୍ଷଣ କରିଥିଲେ। ଭାରତୀୟ ଯବାନମାନେ ମଧ୍ୟ ଏହାର କଡା ଜବାବ ଦେଇଥିଲେ। ହେଲେ ପାକିସ୍ତାନ ସେନାଙ୍କ ଗୁଳିରେ ଭାରତୀୟ ଯବାନ ରଞ୍ଜନ କୁମାର (୩୬) ସହିଦ ହୋଇଛନ୍ତି। ତାଙ୍କ ଘର ବିହାରରେ ବୋଲି ଜଣାପଡିଛି। ଏଥିରେ ଅନ୍ୟ ୪ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ସରକାର ଏବେ ରକ୍ତ ଚାଉଳ ଚୋବାଉଛି । ସେଥିପାଇଁ ପାକିସ୍ତାନ ପ୍ରତି ଦିନ ନିୟନ୍ତ୍ରଣ ରେଖା ନିକଟରେ କିଛି ନା କିଛି ଅସ୍ତ୍ର ବିରତି ଉଲ୍ଲଂଘନ କର୍ଯ୍ୟ ଜାରି ରଖିଛି। ଗତ ରବିବାର ପୁଞ୍ଚ ଜିଲା ମେଢାର ସବ୍ ଡିଭିଜନ ନିକଟରେ ପାକିସ୍ତାନ ସେନ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ଏଥିରେ ଜଣେ ୧୦ ବର୍ଷୀୟ ବାଳିକା ଆହତ ହୋଇଥିଲା।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories