www.samajalive.in
Monday, December 15, 2025
16.1 C
Bhubaneswar

୬ରୁ + ୨ ଥିଓରି ପରୀକ୍ଷା ; ହବ୍‌କୁ ଗଲା ପ୍ରଶ୍ନପତ୍ର ଓ ଉତ୍ତରଖାତା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ଥିଓରି ପରୀକ୍ଷା ମାର୍ଚ୍ଚ ୬ରୁ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଶ୍ନପତ୍ର ପ୍ରଘଟ ଓ କପି ରୋକିବା ନେଇ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଥିଓରୀ ପରୀକ୍ଷା ସମୟରେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବ। ପରୀକ୍ଷା ପରିଚାଳନା ବିଭ୍ରାଟ ଓ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଉଚ୍ଚ କର୍ତ୍ତୃପକ୍ଷ କହିଛନ୍ତି।
ଇତିମଧ୍ୟରେ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‌ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଥିଓରୀ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ ହେବ। ପରୀକ୍ଷା ପରିଚାଳନା ଲାଗି ପ୍ରଶ୍ନପତ୍ର ହବ୍‌ର ସୁରକ୍ଷା, ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ପରୀକ୍ଷା କେନ୍ଦ୍ରକୁ ପ୍ରେରଣ, ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବିତରଣ ଆଦି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ହବ୍‌ଗୁଡ଼ିକରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ରଖାଯିବ। ସେଠାରେ ପୁଲିସ ମୁତୟନ ସହିତ ୨୪ଘଣ୍ଟା ସିସିଟିଭି କ୍ୟାମେରା ନଜରରେ ରହିବ। ସୋମବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପରୀକ୍ଷା ପରିଚାଳନା ହବ୍‌ଗୁଡ଼ିକୁ ଚାରୋଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପଠାଯିବା ଆରମ୍ଭ ହୋଇଛି। ସମସ୍ତ ହବ୍‌ରେ ମାର୍ଚ୍ଚ ୪ ସୁଦ୍ଧା ପ୍ରଶ୍ନପତ୍ର ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରାୟ ୨୪ଲକ୍ଷ ପ୍ରଶ୍ନପତ୍ର ଓ ୨୫ଲକ୍ଷ ଉତ୍ତରଖାତା ପ୍ରସ୍ତୁତ ହୋଇଛି। ଏଥିପାଇଁ ହବ୍‌ ସୁପରିଟେଣ୍ଡେଣ୍ଟ୍‌ ଓ କଲେଜ କର୍ତ୍ତୃପକ୍ଷ ପ୍ରସ୍ତୁତ ରହିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଛୁଟି ଦିନରେ ମଧ୍ୟ ହବ୍‌ ଓ କଲେଜ୍‌ ଖୋଲା ରଖିବାକୁ ନିର୍ଦେଶ ଜାରି ହୋଇଛି।
ପରୀକ୍ଷାଖାତାର ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ତିନିଦିନିଆ କର୍ମଶାଳା ରବିବାର ଉଦ୍‌ଯାପିତ ହୋଇଯାଇଛି। ମନୋନୀତ ୭୭୭ଜଣ ଅଧ୍ୟାପକ କିଭଳି ତ୍ରୁଟିଶୂନ୍ୟ ମୂଲ୍ୟାୟନ କରିିବେ ଏବଂ ଛାତ୍ରଛାତ୍ରୀଙ୍କ ଅଭିଯୋଗ ହ୍ରାସ ପାଇବ ସେ ସଂକ୍ରାନ୍ତରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କର୍ମଶାଳାରେ ୫୬ଟି ମୂଲ୍ୟାୟନ ଜୋନ୍‌ର ୧୧୨ଜଣ ଅଧିକାରୀ ଓ ଉପଅଧିକାରୀ ଯୋଗ ଦେଇଥିବା ଉପପରୀକ୍ଷା ନିୟନ୍ତ୍ରକ ଡ. ପ୍ରବୋଧ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories