www.samajalive.in
Friday, December 12, 2025
14.1 C
Bhubaneswar

ପାକିସ୍ତାନର କୁଚଲକ ମସଜିଦରେ ବିସ୍ଫୋରଣ – ୪ ମୃତ, ୧୫ ଆହତ

ପାକିସ୍ତାନ: ପାକିସ୍ତାନର ଉତ୍ତରପଶ୍ଚିମ ବଲୁଚିସ୍ତାନ ଅନ୍ତର୍ଗତ କ୍ୱେଟା ସହରର କୁଚଲକ ମସଜିଦରେ ଶୁକ୍ରବାର ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ଓ ଗଣମାଧ୍ୟମର ସୂଚନା ଅନୁଯାୟୀ, ମସଜିଦର ମୁଖ୍ୟ ଗୃହରେ ଶୁକ୍ରବାର ନମାଜ ପାଠ ପରେ ଏହି ବିସ୍ଫୋରଣ ଘଟିଛି। ଜିଓ ନିଉଜ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣରେ ଏକ ସମୟଚାଳିତ ବୋମା ବ୍ୟବହାର କରାଯାଇଥିବା ଜଣାପଡିଛି।

ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ବୋମା ବିସ୍ଫୋରଣ ପରେ ଘଟଣା ସ୍ଥଳରେ ଝରକା ଓ କାଚ ଖଣ୍ଡ ଏଣେତେଣେ ପଡିଥିବା ବେଳେ, ରକ୍ତ ଭିଜା ଟୋପି ଓ ଅନ୍ୟାନ୍ୟ ସାମଗ୍ରୀ ପଡିଥିବା ଦେଖାଯାଇଛି। ।

- Advertisement -

ବଲୁଚିସ୍ତାନର ବ୍ୟାପକ ଅଞ୍ଚଳ ଇରାନ ଓ ଆଫଗାନିସ୍ଥାନର ଅଂଶ ବିଶେଷ ଏବଂ ସମ୍ପୃକ୍ତ ଅଞ୍ଚଳ ପ୍ରାକୃତିକ ଗ୍ୟାସ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେଠାରେ ଗତ ଏକ ଦଶନ୍ଧି ମଧ୍ୟରେ ସାମ୍ପ୍ରଦାୟିକ ହିଂସାରେ ୨ ହଜାର ୨୦୦ରୁ ଅଧିକ ଲୋକଙ୍କ ପ୍ରଣହାନି ଘଟିଛି। ୬୪ ବିଲିଅନ ଡଲାର ସମ୍ପନ୍ନ ପାକିସ୍ତାନ-ଚୀନ ଅର୍ଥନୈତିକ କରିଡର ମଧ୍ୟ ସେହି ଅଞ୍ଚଳ ଦେଇ ଯାଉଥିବାରୁ ସେହି ଅଂଚଳରେ ଗମନା ଗମନ ବ୍ୟବସ୍ତା ଓ ରେଳ ନେଟୱର୍କ ସ୍ଥାପନ ପାଇଁ କାମ ଚାଲିଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories