www.samajalive.in
Friday, December 12, 2025
23.1 C
Bhubaneswar

ପାକିସ୍ତାନର ମସଜିଦରେ ବିସ୍ଫୋରଣ: ୪ ମୃତ, ୧୫ ଆହତ

କ୍ୱେଟା : ପାକିସ୍ତାନ ବାଲୁଚିସ୍ତାନ ପ୍ରାନ୍ତର ରାଜଧାନୀ କ୍ୱେଟାର ଏକ ମସଜିଦରେ ଶୁକ୍ରବାର ବୋମା ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ କ୍ୱେଟା କୁଲଚଲକର ଅଞ୍ଚଳର ଏକ ମସଜିଦରେ ଏହି ବୋମା ବିସ୍ଫୋରଣ ହୋଇଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ପାକିସ୍ତାନ ପୁଲିସ୍‍ ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହା ପୂର୍ବରୁ ମଇରେ ବାଲୁଚିସ୍ତାନର ଏକ ମସଜିଦରେ ଅନୁରୂପ ବିସ୍ଫୋରଣ ଘଟିଥିଲା। ସେହି ବିସ୍ଫୋରଣରେ ୪ ଜଣ ପୁଲିସ୍‍ କର୍ମୀଙ୍କ ମୃତ୍ୟୁ ଘଟିଥିଲା ଓ ୧୧ ଜଣ ଆହତ ହୋଇଥିଲେ।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories