www.samajalive.in
Wednesday, December 10, 2025
26.1 C
Bhubaneswar

ବିଜେପିରେ ଯୋଗ ଦେଲେ ବବିତା, ମହାବୀର ଫୋଗଟ୍‌

ଚଣ୍ଡିଗଡ଼ : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ମଲ୍ଲଯୋଦ୍ଧା ବବିତା ଓ ତାଙ୍କ ବାପା ମହାବୀର ଫୋଗଟ୍‌ ସୋମବାର ବିଜେପି ଦଳରେ ଯୋଗ ଦେଇଛନ୍ତି। ଚଳିତବର୍ଷ ଶେଷ ଆଡ଼କୁ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବବିତା ଓ ମହାବୀରଙ୍କ ବିଜେପିରେ ଯୋଗଦାନକୁ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ଦର୍ଶାଯାଉଛି।
ସୋମବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ, ବିଜେପିର ବରିଷ୍ଠ ନେତା ଅନୀଲ ଜୈନ୍‌ ଓ ହରିୟାଣା ବିଜେପି ସଭାପତି ସୁବାଷ ବାଦାଲାଙ୍କ ଉପସ୍ଥିତିରେ ବବିତା ଓ ମହାବୀର ଦଳରେ ଯୋଗ ଦେଇଥିଲେ। କିରେନ୍‌ ରିଜିଜୁ ନିଜ ପ୍ରତିକ୍ରିୟାରେ ବବିତାଙ୍କୁ ଉଚ୍ଚପ୍ରଶଂସା କରିବା ସହ ସେ ଅନ୍ତର୍ଜାତୀୟସ୍ତରରେ ଅନେକ ପଦକ ଜିତି ଦେଶକୁ ଗୌରାବାନ୍ବିତ କରିଥିବା କହିଥିଲେ। ବବିତା ଓ ମହାବୀରଙ୍କ ଯୋଗଦାନ ଫଳରେ ହରିୟାଣାରେ ବିଜେପିର ଶକ୍ତିବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସୂଚନାଥାଉକି ଗତ ଲୋକସଭା ନିର୍ବାଚନ ପୂର୍ବରୁ ମହାବୀର ଫୋଗଟ୍‌ ଜନନାୟକ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହି ଦଳକୁ ଅଜୟ ଚୌତାଲା ସ୍ଥାପନ କରିଥିଲେ। ମହାବୀରଙ୍କୁ ଏହି ଦଳର କ୍ରୀଡ଼ା ସେଲ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ମହାବୀରଙ୍କ ପରିବାରରୁ ଜଣଙ୍କୁ ନିର୍ବାଚନ ଲଢ଼ିବାକୁ ଟିକଟ ମିଳିବ ବୋଲି ଆଶା କରାଯାଉଥିଲା। ମାତ୍ର କାହାରିକୁ ଟିକଟ ମିଳିନଥିଲା। ବବିତା ଅର୍ଜୁନ ପୁରସ୍କାର ଜିତିଥିବା ବେଳେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୨ ବିଶ୍ବ ଚମ୍ପିଆନସିପ୍‌ରେ ବବିତା ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଅନ୍ୟପକ୍ଷରେ ମହାବୀରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଛି। ଫୋଗଟ୍‌ ପରିବାର କାହାଣୀକୁ ନେଇ ଦଙ୍ଗଲ୍‌ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ବବିତା ପୂର୍ବରୁ ହରିୟାଣା ସରକାରଙ୍କ ଅଧୀନରେ ସବ୍‌ଇନ୍‌ପେକ୍ଟର ଚାକିରି କରୁଥିଲେ। ତେବେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ବହୁ ପଦକ ଜିତିଥିବାରୁ ତାଙ୍କୁ ଡିଏସ୍‌ପି ପଦ ମିଳିବା ଦାବି କରି ବବିତା ସରକାରଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଥିଲେ। ଅଦାଲତରେ ହାରିବା ପରେ ବବିତା ଚାକିରି ଛାଡ଼ି ଦେଇଥିଲେ। ଫୋଗଟ୍‌ ପରିବାର ଦାଦ୍ରି ଜିଲାର ବଲାଲି ଗ୍ରାମରେ ରହିନ୍ତି। ବିଜେପିରେ ଯୋଗ ଦେଇଥିବା ବବିତାଙ୍କୁ ଦାଦ୍ରି କିମ୍ବା ବାନ୍ଦ୍ରା ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories