www.samajalive.in
Wednesday, December 10, 2025
23.1 C
Bhubaneswar

ବିବ୍ରତ ଶ୍ରଦ୍ଧା

ମୁମ୍ବଇ : ଶ୍ରଦ୍ଧା କପୁର ନିଜ ଆଗାମୀ ଚଳଚ୍ଚିତ୍ରର ପ୍ରଚାର କାମରେ ଏତେ ବ୍ୟସ୍ତ ଯେ ସେ ସମ୍ପୂର୍ଣ୍ଣ ଅଣନିଃଶ୍ବାସୀ ହୋଇଗଲେଣି ବୋଲି କହିଛନ୍ତି। ବଡ଼ ବଜେଟ୍‌ର ଚଳଚ୍ଚିତ୍ର ‘ସାହୋ’, ହାସ୍ୟରସାତ୍ମକ କାହାଣୀ ‘ଛିଛୋରେ’, ନୃତ୍ୟ ଆଧାରିତ ‘ଷ୍ଟ୍ରିଟ୍ ଡାନ୍ସର ୩ଡି’ ଅଳ୍ପ ବ୍ୟବଧାନ ମଧ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି। ୩ଟି ଭଲ କାହାଣୀର ଚଳଚ୍ଚିତ୍ରରେ କାମ କରିବା ନିହାତି ଭାବେ ସୌଭାଗ୍ୟର କଥା, କିନ୍ତୁ ଏ ଭିତରେ ସେ ଯେ କାମ କରି ଅତିଷ୍ଠ ହୋଇଗଲେଣି। ସୁଟିଂ ଓ ପୋଷ୍ଟ ପ୍ରଡକ୍ସନ୍ ପରେ ଏବେ ସେହି ଚଳଚ୍ଚିତ୍ରର ପ୍ରଚାର ମଧ୍ୟ ଏକ ସମୟରେ ଚାଲିଛି। ଧାଁଧଉଡ଼ କରି ହିଁ ଶ୍ରଦ୍ଧା ସବୁକିଛି ଆୟତ୍ତକୁ ଆଣୁଛନ୍ତି। ଅଗଷ୍ଟ ୩୦ରେ ସାହୋ ଓ ସେପ୍ଟେମ୍ବର ୬ରେ ଛିଛୋରେ ମୁକ୍ତିଲାଭ କରିବ। ଅନ୍ୟପାଖେ ଷ୍ଟ୍ରିଟ୍ ଡାନ୍ସରର ମୁକ୍ତିଲାଭ ତାରିଖ ଜଣାପଡ଼ିନି। ଶ୍ରଦ୍ଧା ଗତ ଦେଢ଼ ମାସ ମଧ୍ୟରେ ନିଜର କୌଣସି ବନ୍ଧୁଙ୍କୁ ଭେଟିପାରିନାହାନ୍ତି। ଏହାର ମୁଖ୍ୟ କାରଣ ହେଲା ଏଇ ଚଳଚ୍ଚିତ୍ରର ପ୍ରଚାର ଅଭିଯାନ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories