www.samajalive.in
Sunday, December 14, 2025
18.1 C
Bhubaneswar

ଟ୍ରକ୍‌ ଡ୍ରାଇଭରଙ୍କୁ ପିଟି ହତ୍ୟା କଲେ ଟୋଲ୍‌ ପ୍ଲାଜା କର୍ମଚାରୀ

ନଏଡ଼ା: ୧୪ ହଜାର ୫୦୦ ଟଙ୍କାର ଟୋଲ ଟିକସ ଦେବାକୁ ମନା କରିବାରୁ ଜଣେ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରାଯାଇଛି। ଦିଲ୍ଲୀ ଏନସିଆରର କାଳୀନ୍ଦିକୁଞ୍ଜ ଟୋଲ୍‌ ପ୍ଲାଜାର କର୍ମଚାରୀମାନେ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଯମୁନା ବ୍ରିଜ ନିକଟରୁ ଡ୍ରାଇଭରଙ୍କ ମୃତଦେହ ମିଳିବା ପରେ ଘଟଣା ପଦାକୁ ଆସିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଟୋଲ ପ୍ଲାଜାର ୭ କର୍ମଚାରୀଙ୍କୁ ପୁଲିସ ସୋମବାର ଗିରଫ କରିଛି।

ସୂଚନା ମୁତାବକ, ହତ୍ୟାର ଶିକାର ଡ୍ରାଇଭରଙ୍କ ନାମ ବିମଳ ତିୱାରୀ। ସେ ଶୁକ୍ରବାର ମଧ୍ୟରାତ୍ରିରେ ଉକ୍ତ ଟୋଲ ପ୍ଲାଜା ଅତିକ୍ରମ କରିବା ସମୟରେ କର୍ମଚାରୀ ତାଙ୍କୁ ୧୪ ହଜାର ୫୦୦ ଟଙ୍କାର ଟିକସ ଦେବାକୁ କହିଥିଲେ। କିନ୍ତୁ ବିମଳ ଏତେ ଟଙ୍କା କ’ଣ ପାଇଁ ଦେବେ ବୋଲି ପ୍ରଶ୍ନ କରିବା ସହ ସେ ଟିକସ ଦେଇପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ଟୋଲ ପ୍ଲାଜା କର୍ମଚାରୀଙ୍କ ସହିତ ବିମଳଙ୍କର ଯୁକ୍ତିତର୍କ ହୋଇଥିଲା। ସେଠାରେ ଉପସ୍ଥିତ ଟୋଲ ପ୍ଲାଜାର ବାଉନ୍ସରମାନେ ବିମଳଙ୍କୁ ପିଟି ପିଟି ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ନେଇ କିଛି ଦୂରରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ। ବିମଳଙ୍କ ବଡ଼ ଭାଇ ରାମ ସିଂହଙ୍କ ଅଭିଯୋଗ କ୍ରମେ ପୁଲିସ ୭ ଜଣଙ୍କୁ ଗିରଫ କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories