ଆଇଆଇଏମ ବି-ପ୍ଲାନରେ ସିଏନସିର ଛାତ୍ରଛାତ୍ରୀ
ବଲାଙ୍ଗିର: ଆଇଆଇଏମ ବେଙ୍ଗାଲୁରୁରେ ଆୟୋଜିତ ଜାତୀୟସ୍ତରୀୟ ବି ପ୍ଲାନ ପ୍ରତିଯୋଗିତାରେ ସ୍ଥାନୀୟ ସିଏନସି କଲେଜ ଅଫ କମର୍ସର ୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ସେମାନେ ଏହି ଜାତୀୟ କର୍ମଶାଳାରେ ଭାଗ ନେଇ ବ୍ୟବସାୟ ପ୍ରତି ନିଜର ବିଚାରଧାରା ଉପସ୍ଥାପନ କରିଥିଲେ। ଏହି ଛାତ୍ରଛାତ୍ରୀମାନେ ହେଲେ +୩ ବିଭାଗର ସୁପ୍ରୀତ ନନ୍ଦ,ଆଦର୍ଶ ଦାସ,ଛାତ୍ରୀ ନିକିତା ମାଖିଜା ଏବଂ +୨ର ଛାତ୍ର ପ୍ରତୀକ ଅଗ୍ରୱାଲ,ଛାତ୍ରୀ ଆରଚି ଅଗ୍ରୱାଲ । କାର୍ୟ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ବିଭିନ୍ନ ଶିକ୍ଷାନିୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।
Comments are closed.