www.samajalive.in
Sunday, December 14, 2025
16.1 C
Bhubaneswar

ରାତି ୯ଟା ମୁଖ୍ୟ ଖବର

ବଡ଼ ଖବର :

#  ପାକିସ୍ତାନକୁ କଡ଼ା ଜବାବ,  ଦିଲ୍ଲୀ-ଲାହୋର ବସ୍ ସେବା ବନ୍ଦ କଲା ଭାରତ

# ଭାରତ ଓ ଚୀନ୍‍ର ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ୧୦୦ଟି କାର୍ଯ୍ୟକ୍ରମ ଆୟୋଜନ କରିବା ସକାଶେ ଉଭୟ ଦେଶ ରାଜି ହୋଇଛନ୍ତି।

- Advertisement -

# ସରକାର ଭାରତକୁ ଏକ ଉତ୍କୃଷ୍ଟ ବ୍ୟବସାୟିକ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି 
– ଆଗାମୀ ୫ବର୍ଷ ଭିତରେ ଦେଶରେ ୧୦୦ଲକ୍ଷ କୋଟି ଟଙ୍କା ମୂଲ୍ୟର ପୁଞ୍ଜିନିବେଶ ହେବାର ଲକ୍ଷ୍ୟଧାର୍ୟ୍ୟ କରାଯାଇଛି।

# ତ୍ୟାଗ ଓ ବଳିଦାନର ପର୍ବ ଇଦ୍‍-ଉଲ୍‍-ଆଝା ଆଜି ସମଗ୍ର ଦେଶରେ ପାଳିତ ହୋଇଛି।
# ଜାମ୍ମୁ-କାଶ୍ମୀରର ବିଭିନ୍ନ ମସଜିଦରେ ଆଜି ସକାଳେ ଇଦ୍‍-ଉଲ୍‍-ଆଝା ପ୍ରାର୍ଥନା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି।

# ଇଦ୍‌ ଅବସରରେ ଅଟାରୀ-ୱାଘା ସୀମାରେ ପରମ୍ପରା ଭାଙ୍ଗି ପାକିସ୍ତାନୀ ସେନା ଭାରତର ବିଏସଏଫ ଯବାନମାନଙ୍କଠାରୁ ପାରମ୍ପରିକ ଭାବେ ମିଠା ଗ୍ରହଣ କରି ନାହାନ୍ତି, ମିଠା ଆଦାନ ପ୍ରଦାନ ଲାଗି ବିଏସଏଫ ଯବାନମାନେ ଦେଇଥିବା ପ୍ରସ୍ତାବକୁ ପାକ୍‌ ରେଞ୍ଜର୍ସ ପ୍ରତ୍ୟାଖ୍ୟାନ କରିଛନ୍ତି।

# ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକରେ ରିଲିଫ ଓ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରାଯାଇଛି।

# କେରଳର ଆଲାପୁଝା ଓ କୋଟାୟମରୁ ଶହଶହ ଲୋକଙ୍କୁ ରିଲିଫ ଶିବିରଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ଭୂସ୍ଖଳନ ଯୋଗୁଁ ୫୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ମାଲାପୁରମର କାବାଲାପାରାଠାରେ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଖୋଜି ଚାଲିଛି।

# ମୁଖ୍ୟମନ୍ତ୍ରୀ ବି.ଏସ୍‍. ୟେଦିୟୁରାପ୍ପା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା ଦେଇଛନ୍ତି। ରାଜ୍ୟର ୧୬ଟି ଜିଲ୍ଲା ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ତୁରନ୍ତ ରାଜ୍ୟକୁ ୩ହଜାର କୋଟି ଟଙ୍କାର ସହାୟତା ଦେବାକୁ ସେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

# ମହାରାଷ୍ଟ୍ରର ସାଙ୍ଗଲୀ ଓ କୋହ୍ଲାପୁର ଜିଲ୍ଲାରେ ଜଳସ୍ତର ହ୍ରାସ ପାଇବା ଆରମ୍ଭ କରିଛି। କିନ୍ତୁ ସେହି ଦୁଇ ଜିଲ୍ଲାରେ ଏବେବି ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ପୁଣେ-ବାଙ୍ଗାଲୋର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି।

# ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତେଣୁ ବର୍ଷା, ବନ୍ୟା ଓ ଭୂସ୍ଖଳନ ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ।

# ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ବାଘୁଣୀର ମୃତ୍ୟୁ ଘଟିଛି। ମୃତ ବାଘୁଣୀ ହେଉଛି ପ୍ରିୟଙ୍କା ଓ ତା’ର ବୟସ ୧୯ ବର୍ଷ ୫ ମାସ ।

ଆଞ୍ଚଳିକ:

# ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି।

# ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତେଣୁ ବର୍ଷା, ବନ୍ୟା ଓ ଭୂସ୍ଖଳନ ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ।

# ଲଗାଣ ବର୍ଷା ଫଳରେ ପୁଣି କନ୍ଧମାଳ ବାଲିଗୁଡ଼ା ନିକଟରେ ଅସ୍ଥାୟୀ କଲଭର୍ଟ ଧୋଇଯାଇଛି। ୫୯ ନମ୍ବର ଜାତୀୟ ରାଜପଥ ବାଟାଗୁଡ଼ା ନିକଟରେ ଏହି ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି। ଫଳରେ କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

# ଲଘୁଚାପ ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବହୁ ଜିଲାରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି ଅଧିକାଂଶ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି।

# ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
# ପ୍ରବଳ ବର୍ଷା ଯୋଗୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ତିନିଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
# ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି, ଆସନ୍ତା ୧୪ରେ ଜଳଭଣ୍ଡାରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପାଇଁ ଗେଟ ଖୋଲାଯିବ ବୋଲି ଘୋଷଣା କରାଯାଇଛି।
# ଝାରସୁଗୁଡ଼ା ସ୍ଥିତ ଏକାତାଲିରେ ମାଫିଜୁଲ ରହେମାନ (୩୨) ନାମକ ଜଣେ ଠିକରାଦାରଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଖବର ପାଇ ବିଟିଏମ ଫାଣ୍ଡି ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
# ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ବିଶ୍ବ ହାତୀ ଦିବସ ପାଳିତ ହୋଇଛି।
# ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ବାଘୁଣୀର ମୃତ୍ୟୁ ଘଟିଛି। ମୃତ ବାଘୁଣୀ ହେଉଛି ପ୍ରିୟଙ୍କା ଓ ତା’ର ବୟସ ୧୯ ବର୍ଷ ୫ ମାସ । ବୟସାଧିକ ଯୋଗୁଁ ବାଘୁଣୀର ପ୍ରିୟଙ୍କାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
# ଆଜି ଶ୍ରାବଣର ଶେଷ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠରେ ହଜାର ହଜାର ଭକ୍ତ ଓ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। କାଉଡ଼ିଆମାନେ ଭଗବାନଙ୍କ ଶିବଙ୍କ ନିକଟରେ ଜଳଲାଗି କରିଛନ୍ତି।
# ଭଦ୍ରକ ଜିଲାର ଆରଡ଼ିରେ ପ୍ରଭୁ ଆଖଣ୍ଡଳମଣୀଙ୍କୁ ଜଳଲାଗି କରି ଫେରୁଥିବା ସମୟରେ ଆଜି ଏକ ଅଘଟଣରୁ କାଉଡ଼ିଆମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାଉଡ଼ିଆମାନେ ଡ଼ଙ୍ଗାରେ ନିକଟସ୍ଥ ବୈତରଣୀ ନଦୀର ମୁଆଁ ମୁହାଣରେ ଫେରୁଥିବା ସମୟରେ ଡ଼ଙ୍ଗାଟି ଭାସିଯାଇଥିଲା। ଡ଼ଙ୍ଗାରେ ଥିବା ପ୍ରାୟ ୬୦ ଜଣ କାଉଡ଼ିଆମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।

ଜାତୀୟ :

# ସେପ୍ଟେମ୍ବର ୫ରେ ଜିୟୋ ଜିଗାଫାଇବର ବଜାର ପ୍ରବେଶ ହେବ। ଜିଓ ଜିଗାଫାଇବର ପ୍ଲାନ ୭୦୦ ଟଙ୍କାରୁ ଆରମ୍ଭ ହୋଇ ୧୦,୦୦୦ ଟଙ୍କା ପର୍ୟ୍ୟନ୍ତ ରହିବ। କମ୍ପାନୀ ସେପ୍ଟେମ୍ବର ୫ରେ ଏନେଇ ବିଭିନ୍ନ ପ୍ଲାନ ଘୋଷଣା କରିବ।
# ଜିୟୋ ଜିଗାଫାଇବରରେ ସବୁଠୁ କମ ମୂଲ୍ୟର ପ୍ଲାନରେ ବ୍ୟବହାରକାରୀଙ୍କୁ ୧୦୦ ଏମବିପିଏସ୍‍ ପର୍ୟ୍ୟନ୍ତ ସ୍ପିଡ୍‍ ମିଳିବ।

# ଉତ୍ତରାଖଣ୍ଡ ଚମୋଲି ଜିଲାର ବାଂଜବଗଡ଼ ଗ୍ରାମରେ ଆଜି ପୃଥକ ପୃଥକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି, ସୂଚନା ଅନୁଯାୟୀ ରବିବାର ରାତିରୁ ଉତ୍ତରାଖଣ୍ଡର ଚମୋଲି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି।
# ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ବାର୍ଷିକ ବୈଠକରେ ‘ଜିଓ ଜିଗାଫାଇବର’ ବଜାର ପ୍ରବେଶ ନେଇ ସବୁଠୁ ବଡ଼ ଘୋଷଣା କରିଛନ୍ତି। ଜିୟୋ ଜିଗାଫାଇବ ବଜାର ପ୍ରବେଶ ସହ ‘ୱେଲକମ’ ଅଫର ସମ୍ପର୍କରେ ସେ ଘୋଷଣା କରିଛନ୍ତି।
# ବବିତା ଫୋଗାଟ ଏବଂ ତାଙ୍କ ବାପା ତଥା କୁସ୍ତି ପ୍ରଶିକ୍ଷକ ମହାବୀର ଫୋଗାଟ ସୋମବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଏନେଇ ଆୟୋଜିତ କାର୍ୟ୍ୟକ୍ରମରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ହରିୟାଣା ବିଜେପି ନେତା ଅନୀଲ ଜୈନ ଏବଂ ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁଭାଷ ବଡ଼ାଲା ଉପସ୍ଥିତି ଥିଲେ।
# ଭାରତୀୟ ନୌବାହିନୀ ଉତ୍ତର କର୍ଣ୍ଣାଟକର ବେଲ୍‍ଗାମ ଜିଲ୍ଲାରେ ଆକାଶମାର୍ଗରୁ ରିଲିଫ ଓ ଉଦ୍ଧାର କାର୍ୟ୍ୟ ଚଳାଇଛି। ସେଠାରେ ଭୀଷଣ ବର୍ଷା ହେବା ଯୋଗୁଁ ବନ୍ୟା ଆସିବାରୁ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡିଛି।

ଆନ୍ତର୍ଜାତୀୟ : 

# ମ୍ୟାଁମାରରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି

# ବାଂଲାଦେଶ ଓ ନେପାଳରେ ମଧ୍ୟ ଇଦ୍‍-ଉଲ୍‍-ଆଝା ଶ୍ରଦ୍ଧାର ସହ ପାଳିତ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories