www.samajalive.in
Saturday, December 13, 2025
23.1 C
Bhubaneswar

ମୋଦୀ-ଶାହା ‘କୃଷ୍ଣ-ଅର୍ଜୁନ’: ରଜନୀକାନ୍ତ

ଚେନ୍ନଇ : ଧାରା-୩୭୦ ଉଚ୍ଛେଦ ପରେ ଏବେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ସମାପ୍ତ ହେବ ଏବଂ ରାଜ୍ୟର ଖୁବ୍‌ ବିକାଶ ହେବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦର୍ଶାଇଛନ୍ତି। ରବିବାର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ଯ୍ୟକାଳର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଚେନ୍ନଇଠାରେ ତାଙ୍କର ଏକ ପୁସ୍ତକ ଉନ୍ମୋଚନ କରି ଶାହା କହିଛନ୍ତି ଯେ ଧାରା ୩୭୦ ଦେଶ ପାଇଁ କୌଣସି ଦିଗରୁ ଲାଭପ୍ରଦ ନ ଥିଲା; ଏଣୁ ତାହାକୁ ଉଚ୍ଛେଦ କରିବା ଜରୁରୀ ଥିଲା। ଏହି ପଦକ୍ଷେପ ଦ୍ବାରା କିଭଳି ସ୍ଥିତି ଉତ୍ପନ୍ନ ହେବ ତାହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଭାବେ ସେ ଆଦୌ ଚିନ୍ତିତ ନ ଥିଲେ; କାରଣ ସେ ବେଶ୍‌ ଜାଣିଥିଲେ ଏହାଦ୍ବାରା କେବଳ ବିକାଶ ହିଁ ହେବ। ଏ ସମ୍ବନ୍ଧୀୟ ବିଧେୟକକୁ ରାଜ୍ୟସଭାରେ ଆଗତ କରିବା ନେଇ କେନ୍ଦ୍ର ଏକପ୍ରକାର ଆଶଙ୍କା ମଧ୍ୟରେ ଥିଲା; ରାଜ୍ୟସଭା ଅଧ୍ୟକ୍ଷ ନାଇଡୁଙ୍କ ଯୋଗୁଁ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ ବୋଲି ଶାହା ପ୍ରକାଶ କରିଛନ୍ତି। ନାଇଡୁଙ୍କ ପୁସ୍ତକ ଉପରେ ମତ ରଖି ସେ କହିଛନ୍ତି, ଏହା ଅଧ୍ୟକ୍ଷ ଭାବେ ନାଇଡୁଙ୍କ କାର୍ଯ୍ୟକାଳ ତଥା ତାଙ୍କ ଜୀବନର ବ୍ୟାଖ୍ୟା କରେ। ତାଙ୍କ ଜୀବନଚର୍ଯ୍ୟା ଅନୁକରଣୀୟ। ସେ ଏହି ଧାରା ଉଚ୍ଛେଦ ପାଇଁ ଏକଦା ଆନ୍ଦୋଳନ କରିଥିଲେ। ଏବେ ସେ ରାଜ୍ୟସଭା ଅଧ୍ୟକ୍ଷ ଥିବାବେଳେ ତାଙ୍କ ଦାବି ପୂରଣ ହୋଇଛି ବୋଲି ଶାହା ଦର୍ଶାଇଛନ୍ତି। ଭେଙ୍କୋନାଇଡୁ ମଧ୍ୟ ଧାରା ୩୭୦ ଉଚ୍ଛେଦ ନେଇ ସରକାରଙ୍କୁ ପ୍ରଶଂସା କରିଛନ୍ତି। ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଧାରା ୩୭୦ ଉଚ୍ଛେଦ ପରିପ୍ରେକ୍ଷୀରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମୋଦୀ ଓ ଶାହା ଠିକ ହିନ୍ଦୀ ସିନେମାର ଜୟ-ବୀରୁ ଏବଂ ପୁରାଣ ଯୁଗର କୃଷ୍ଣ-ଅର୍ଜୁନ ଯୋଡି ଭଳି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories