www.samajalive.in
Saturday, December 13, 2025
27.1 C
Bhubaneswar

ଚୀନର ଶରଣ ପଶିଲା ପାକିସ୍ତାନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ସରକାରଙ୍କ ନିଦ ହଜିଯାଇଛି। ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆମେରିକା ଏବଂ ଜାତିସଂଘଠାରୁ ନିରାଶ ହେବା ପରେ ପାକିସ୍ତାନ ଏବେ ନିଜ ସହଯୋଗୀ ଚୀନର ଶରଣ ପଶିଛି। ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସମର୍ଥନ ଯୋଗାଡ଼ କରିବା ପାଇଁ ବେଜିଂ ଅଭିମୁଖେ ଯାତ୍ରା କରିଛନ୍ତି। କୁରେଶୀ ଏହି ଅବସରରେ ତାଙ୍କ ପ୍ରତିପକ୍ଷ ତଥା ଚୀନ ବିଦେଶ ମନ୍ତ୍ରୀ ବାଙ୍ଗ୍‌ ୱି ଏବଂ ଅନ୍ୟ ଚୀନ ନେତାମାନଙ୍କୁ ଭେଟିବେ।

କୁରେଶୀ ଚୀନ ଯିବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତ ନିଜର ଅସାମ୍ବିଧାନିକ ପଦକ୍ଷେପ ନେଇ ଜାମ୍ମୁ-କାଶ୍ମୀରର ଶାନ୍ତି ସମାପ୍ତ କରିବାକୁ ଉଦ୍ୟମ କରିଛି ଏବଂ ପାକିସ୍ତାନ ଚୀନର ନେତୃବୃନ୍ଦଙ୍କୁ ନିଜ ସପକ୍ଷକୁ ଆଣିବ। ଚୀନ କେବଳ ପାକିସ୍ତାନର ବନ୍ଧୁ ନୁହେଁ, ବରଂ ଏକ ଗୁରୁତ୍ଵପୂର୍ଣ୍ଣ ଦେଶ ମଧ୍ୟ। ମୁଁ କାଶ୍ମୀରରେ ଭାରତ ସରକାର ଦ୍ବାରା ନିଆଯାଇଥିବା ପଦକ୍ଷେପ ବିଷୟରେ କାଶ୍ମୀର ନେତାମାନଙ୍କୁ ଅବଗତ କରାଇବି। ମାନବାଧିକାରର ଘୋର ଉଲ୍ଲଂଘନ କରାଯାଇଥିବା ନେଇ ମଧ୍ୟ ସୂଚନା ଦେବି।

- Advertisement -

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ସରକାର ନିଜ ଦେଶରେ ଭାରତୀୟ ଫିଲ୍ମ ଉପରେ କଟକଣା ଲାଗୁ କରିଛନ୍ତି। ଏହା ସହିତ ଦ୍ବିପାକ୍ଷିକ କାରବାର ବି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories