www.samajalive.in
Wednesday, December 10, 2025
18.1 C
Bhubaneswar

ଜାମ୍ମୁରେ ଖୋଲିଲା ସ୍କୁଲ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ବର୍ତ୍ତମାନ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ମାତ୍ର ଅଞ୍ଚଳର ବାତାବରଣ ଭିନ୍ନ ରହିଛି। ସମ୍ପୂର୍ଣ୍ଣ ଜାମ୍ମୁ-କାଶ୍ମୀରରେ ୧୪୪ ଧାରା ଲାଗୁ ହୋଇଛି ଏବଂ ଚାରିଆଡ଼େ ସୁରକ୍ଷାବଳ ମୁତୟନ ହୋଇଛନ୍ତି। ଏହା ମଧ୍ୟରେ ଶୁକ୍ରବାର ଜାମ୍ମୁର କେତେକ ସ୍ଥାନରେ ସ୍କୁଲ, କଲେଜ ପୁଣି ଥରେ ଖୋଲିଛି। ଧାରା ୩୭୦ ହଟାଯିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ସାରା ଅଞ୍ଚଳରେ ଯବାନ ମୁତୟନ କରାଯାଇଥିଲା। ସ୍କୁଲ ଓ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ବର୍ତ୍ତମାନ ପରସ୍ଥିତିରେ କିଛିଟା ସୁଧାର ଆସୁଥିବା ଦେଖିବାକୁ ମିଳିଛି। ଜାମ୍ମୁର ସାମ୍ବା ଅଞ୍ଚଳରେ ସ୍କୁଲ ଖୋଲିଛି ଏବଂ ପିଲାମାନେ ବହିବସ୍ତାନୀ ଧରି ପାଠ ପଢ଼ିବାକୁ ସ୍କୁଲ ଆସିଛନ୍ତି। ଜାମ୍ମୁର ଉଦ୍ଧମପୁର ଏବଂ ସାମ୍ବାରେ ସରକାରୀ ଓ ଘରୋଇ ସ୍କୁଲ ଖୋଲାଯିବା ଲାଗି ଗତ ଗୁରୁବାର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଶ୍ରୀନଗରରେ ଏବେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ଉଦ୍ଧମପୁରର ଡେପୁଟି କମିଶନର ପୀୟୁଷ ସିଙ୍ଗଲା କହିଛନ୍ତି ଯେ, ଧାରା ୧୪୪ ଏବେ ବି ବଳବତ୍ତର ରହିଛି। କିନ୍ତୁ କେତେକ ସ୍ଥାନରେ ୧୪୪ ପ୍ରତ୍ୟାହାର କରିନିଆଯାଇଛି। ସବୁ ଅଞ୍ଚଳ ଉପରେ ନଜର ରଖାଯାଇଛି। ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲା ରଖିବାକୁ ବ୍ୟବସାୟୀମାନଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories